କିରାଣିଙ୍କୁ ମାଡ଼ମାରି ଚେୟାରରୁ ଠେଲି ଦେଲେ ସିଡିପିଓ

କିରାଣିଙ୍କୁ ମାଡ଼ମାରି ଚେୟାରରୁ ଠେଲି ଦେଲେ ସିଡିପିଓ

ନବରଙ୍ଗପୁର:(କାଞ୍ଚନଟିଭି) ଡାବୁଗାଁ ନିଜ ଅଧୀନରେ କାମ କରୁଥିବା ଜଣେ ବରିଷ୍ଠ ମହିଳା କିରାଣି ସନ୍ତୋଷୀ କୁମାରୀ ମିଶ୍ରଙ୍କୁ ମାଡ଼ ମାରିବା ସହ ବସିଥିବା ଚୌକିରୁ ଠେଲିଦେଲେ ସିଡିପିଓ ଗୀତାଞ୍ଜଳି ମହାରଣା। ମହିଳା କିରାଣିଙ୍କ ମୁଣ୍ଡ ଓ କହୁଣି କାନ୍ଥରେ ପିଟିହୋଇ ଆଘାତ ଲାଗିଛି। ଏହାର ଭିଡିଓ ଏବେ ଭାଇରାଲ ହେଉଛି। ଶନିବାର ମଧ୍ୟାହ୍ନ ପ୍ରାୟ ୧୨ଟାରୁ ୧ଟା ମଧ୍ୟରେ ନବରଙ୍ଗପୁର ଜିଲା ଡାବୁଗାଁ ସମନ୍ବିତ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟ ଭିତରେ ଏହି ଘଟଣା ଘଟିଛି। ତେବେ ଖବର ଲେଖାଯିବା ବେଳକୁ ଏ ନେଇ ଥାନାରେ କୌଣସି ଅଭିଯୋଗ ଥିବା ଜଣାପଡ଼ିଛି । ସୂଚନାନୁଯାୟୀ, କାର୍ଯ୍ୟାଳୟର ଜୁନିୟର କିରାଣିଙ୍କୁ ସନ୍ତୋଷୀ ପୂର୍ବ ମାସର ଦରମା କାହିଁକି ହୋଇନାହିଁ ବୋଲି ପ୍ରଶ୍ନ କରିଥିଲେ। ମିଳିତ ଅମଲା ସଂଘ ସମୂହ ଛୁଟିରେ ଥିବାରୁ ଦରମା ବିଳମ୍ବ ହୋଇଛି। ସେମାନଙ୍କ ଉକ୍ତ ଦରମା ହେବା ପରେ ଆପଣଙ୍କୁ ଦରମା ମିଳିବ ବୋଲି କନିଷ୍ଠ କିରାଣିମାନେ ସନ୍ତୋଷୀଙ୍କୁ କହିଥିଲେ। ନିୟମିତ କାର୍ଯ୍ୟାଳୟକୁ ଆସିବା ସତ୍ତ୍ବେ କାହିଁକି ଦରମା ହୋଇନାହିଁ ବୋଲି ସନ୍ତୋଷୀ ପାଟି କରୁଥିବାବେଳେ ସିଡିପିଓ କ୍ଷେତ୍ର ପରିଦର୍ଶନକରି କାର୍ଯ୍ୟାଳୟରେ ପହଞ୍ଚିଥିଲେ।

ସେ ସନ୍ତୋଷୀଙ୍କୁ ପାଟି ଚୁପ୍ କରିବା ପାଇଁ କହିବା ସହ କାର୍ଯ୍ୟାଳୟରୁ ବାହାରିଯିବାକୁ କହିଥିଲେ। ସନ୍ତୋଷୀ କିନ୍ତୁ ନିଜ ବସି ହୋଇ ଚେୟାରରେ ରହିଥିଲେ। ସିଡିପିଓ ଉତ୍‌କ୍ଷିପ୍ତ ହୋଇ ହାତ ଉଠାଇବା ସହ ସନ୍ତୋଷୀଙ୍କୁ ଚେୟାରରୁ ଠେଲିଦେଇଥିବା ଭିଡିଓ ଭାଇରାଲ ହେଉଛି। ଏ ନେଇ ସନ୍ତୋଷୀଙ୍କୁ ପଚାରିବାରୁ ଦରମା ପାଇଁ କହୁଥିବାବେଳେ ସିଡିପିଓ ସିଧାସଳଖ ହାତ ଉଠାଇଲେ। ମୋ ନାମରେ ଏତଲା ଦେବେ ବୋଲି ଧମକ ଦେଇଥିବା ସନ୍ତୋଷୀ କହିଛନ୍ତି। ପୂର୍ବରୁ ଜିପିଏଫ୍ ଓ ଦରମା କରୁ ନ ଥିବାରୁ ସିଡିପିଓଙ୍କ ବିରୋଧରେ ଜିଲାପାଳଙ୍କୁ ଲିଖିତଭାବେ ଜଣାଇଥିଲେ ବୋଲି ସେ କହିଛନ୍ତି। ସିଡିପିଓଙ୍କୁ ବଦଳି କରିବାକୁ ଦାବି କରିଛନ୍ତି। ଏନେଇ ସିଡିପିଓ ସେ

ଗୀତାଞ୍ଜଳି ମହାରଣାଙ୍କୁ ପଚାରିବାରୁ ସେ ମାଡ଼ ମରିଥିବା ଘଟଣାକୁ ଖଣ୍ଡନ କରିଛନ୍ତି। ସନ୍ତୋଷୀ ଦରମା କାହିଁକି ହେଉନାହିଁ ବୋଲି କନିଷ୍ଠ କିରାଣିଙ୍କ ସହ ପାଟିକରୁଥିଲେ। ପାଟି ନ କରି ଅଫିସରୁ ଚାଲିଯିବାକୁ ତାଙ୍କୁ କହିଥିଲି। ଛୁଟିରେ ଯାଇଥିବା କିରାଣିଙ୍କ ଦରମା ହେବା ପରେ ତାଙ୍କ ଦରମା କରାଯିବ ବୋଲି ସନ୍ତୋଷୀଙ୍କୁ କହିବା ପରେ ବି ସେ ପାଟି କରିଥିଲେ। ସନ୍ତୋଷୀ କିଛି କାମ କରୁ ନ ଥିବାରୁ ତାଙ୍କୁ କୌଣସି ଦାୟିତ୍ୱ ଦିଆଯାଇନାହିଁ। ଏ ନେଇ ଜିଲାପାଳଙ୍କୁ ୨ଥର ଅଭିଯୋଗ କରାଯାଇଛି ବୋଲି ସିଡିପିଓ କହିଛନ୍ତ।

Spread the love
CATEGORIES
Share This

COMMENTS

Wordpress (0)
Disqus ( )
error: Content is protected !!