ଘରେ ତୁଳସୀ ଗଛ ଲଗାଉଛନ୍ତି କି? ତେବେ ଜାଣି ରଖନ୍ତୁ ଏହି ନିୟମ

ଘରେ ତୁଳସୀ ଗଛ ଲଗାଉଛନ୍ତି କି? ତେବେ ଜାଣି ରଖନ୍ତୁ ଏହି ନିୟମ

ଭୁବନେଶ୍ଵର:(କାଞ୍ଚନ ଟିଭି/ଅଭିଷେକ ଦାଶ) ପ୍ରାୟତଃ ସମସ୍ତେ ନିଜ ଘରେ ତୁଳସୀ ଗଛ ଲାଗନ୍ତି । ତୁଳସୀ ଗଛ ଦ୍ଵାରା ଘରେ ସୁଖ-ସମୃଦ୍ଧି ବଢ଼ିଥାଏ ବୋଲି ଲୋକେ ବିଶ୍ବାସ କରନ୍ତି । ହିନ୍ଦୁ ଧର୍ମରେ ତୁଳସୀ ଗଛକୁ ଏକ ପବିତ୍ର ଏବଂ ପୂଜନିୟ ଗଛ ବୋଲି କୁହାଯାଇ । ତେଣୁ ଲୋକମାନେ ଏହି ଗଛକୁ ପୂଜା ମଧ୍ୟ କରନ୍ତି । ତୁଳସୀ ଗଛ ଏକ ସାମାନ୍ୟ ଗଛ ନୁହେଁ । ଏଥିରେ ଭଗବାନ ବିଷ୍ଣୁ ଏବଂ ମା’ ଲକ୍ଷ୍ମୀଙ୍କ ବାସ ରହିଥାଏ। ପୁରାଣ ଅନୁସାରେ ତୁଳସୀ ଗଛର ପୂଜା ସର୍ବ ପ୍ରଥମେ ଭଗବାନ ଶ୍ରୀବିଷ୍ଣୁ ଆରମ୍ଭ କରିଥିଲେ। ଶାସ୍ତ୍ର ଅନୁସାରେ ତୁଳସୀ ଗଛର ଅନେକ ନିୟମ ରହିଛି।

ତୁଳସୀ ଗଛ କେବେ ବି ଘରର ଛାତ ଉପରେ ଲଗେଇବେ ନାହିଁ। କାରଣ ଏହା ବିପରୀତ ଦିଗ ହୋଇଥାଏ ଏବଂ ଘରେ ନାକାରାତ୍ମକ ଉର୍ଜା ପ୍ରବେଶ କରିଥାଏ। ତେଣୁ ସବୁବେଳେ ତୁଳସୀ ଗଛକୁ ଏମିତି ଏକ ସ୍ଥାନରେ ରଖିବେ ଯେମିତି ଗଛ ଉପରେ ସୂର୍ଯ୍ୟ କିରଣ ପଡୁଥିବା ଉଚିତ୍। ଏହା ଦ୍ଵାରା ଆପଣଙ୍କ ଘରେ ସକାରାତ୍ମକ ପବନ ପ୍ରବେଶ କରିଥାଏ।
ତୁଳସୀ ଗଛକୁ କେବେବି ଦକ୍ଷିଣ ଦିଗକୁ ରଖିବା ଉଚିତ୍ ନୁହେଁ ଏବଂ ତୁଳସୀ ଗଛକୁ ସର୍ବଦା ପରିଷ୍କାର ରଖିବା ଉଚିତ୍। ପ୍ରତିଦିନ ତୁଳସୀ ଗଛର ରୀତିନୀତି ପୂଜା କରିବା ମଧ୍ୟ ଆବଶ୍ୟକ। ଏହା କରିବା ଦ୍ବାରା ଆର୍ଥିକ ଲାଭ ମିଳିଥାଏ। ଘରର ପ୍ରାଙ୍ଗଣରେ ତୁଳସୀ ଗଛ ଲଗାଇବା ଦ୍ବାରା ଘରେ ସୁଖ, ଧନ ଏବଂ ସମୃଦ୍ଧିର କୌଣସି ଅଭାବ ରୁହେନାହିଁ।

ଉଚ୍ଚ ଗଛଗୁଡ଼ିକକୁ ଯେଉଁ ସ୍ଥାନରେ ସୂର୍ଯ୍ୟର କିରଣ ପଡୁଥିବା ଏବଂ ଘରର ଯିବା ଆସିବାରେ କୌଣସି ପ୍ରକାରର ଅସୁବିଧା ହେଉନଥିବ, ସେହି ସ୍ଥାନରେ ପୂର୍ବ କିମ୍ବା ଉତ୍ତର ଦିଗ କରି ଲଗାଇବା ଉଚିତ୍ । ଯେଉଁମାନଙ୍କ ଜାତକରେ ବୁଧ ରହିଥାନ୍ତି ସେମାନେ ଛାତ ଉପରେ ତୁଳସୀ ଗଛ କଦାପି ଲଗାନ୍ତୁ ନାହିଁ। ତୁଳସୀ ଗଛକୁ ଅନ୍ଧାର ଥିବା ସ୍ଥାନରେ କଦାପି ଲଗେଇବେ ନାହିଁ। ଶାସ୍ତ୍ର ଅନୁସାରେ ଅନ୍ଧାରରେ ତୁଳସୀ ଗଛକୁ ରଖିବା ଦ୍ଵାରା ଆର୍ଥିକ ସ୍ତରରେ କ୍ଷତି ଘଟିଥାଏ।
Report by
Advocate abhishek dash , Bhubaneswar
ମୋ: 8144155237

Spread the love
CATEGORIES
TAGS
Share This

COMMENTS

Wordpress (0)
Disqus ( )
error: Content is protected !!