ଚାକିରିଆ ଚୋର

ଚାକିରିଆ ଚୋର


ରାଉଲକେଲା (ବ୍ୟୁରୋ ରିପୋର୍ଟ୍):
ରାଉରକେଲା ସେକ୍ଟର-୩ରେ କୁଖ୍ୟାତ ଚୋରକୁ ଗିରଫ କରିଛି ପୋଲିସ୍। ଅଭିଯୁକ୍ତ ଚିତ୍ତରଞ୍ଜନ ଜେନା ରାଉରକେଲା ଷ୍ଟିଲ ପ୍ଲାଣ୍ଟରେ ଚାକିରି କରୁଥିଲା। ହେଲେ ଘରେ କେହି ନଥିବା ବେଳେ ଲୋକ ଙ୍କ କଳା କନା ବୁଲାଉଥିଲେ ।ଗତ ଦୁଇ ବର୍ଷରେ ସେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଚୋରି କରିଥିବା ଅଭିଯୋଗ ହୋଇଛି।

ସେକ୍ଟର ୧୬ରେ ଥିବା କ୍ଵ।ଟରଗୁଡ଼ିକରେ ଦିନ କିମ୍ୱା ରାତିରେ କେହି ନଥିବା ବେଳେ ଘରେ ପଶି ଚୋରି କରୁଥିଲେ। ପୋଲିସ ଚିତ୍ତ ଘରୁ ଜବତ କରିଥିବା ଚୋରି ଜିନିଷଗୁଡ଼ିକ ମଧ୍ୟରେ ୧.୧୫୦ ଗ୍ରାମ୍‌ ସୁନା ଗହଣା, ୫୦୦ ଗ୍ରାମ୍‌ ରୁପା ଅଳଙ୍କାର, ୩.୦୫ ଗ୍ରାମ୍‌ ହିରା ଅଲଙ୍କାର,

୪ଟି ହିରା ମୁଦି, ୬ଟି ଲ୍ୟ।ପଟପ, ୫ଟି ସ୍ମାର୍ଟ ଫୋନ୍‌, ଗୋଟିଏ ଡିଏସଏଲ୍‌ଆର୍‌ ଷ୍ଟିଲ୍‌ କ୍ୟାମେରା, ଗୋଟିଏ ଏଲଇଡି ଟିଭି, ଇଲୋକ୍ଟ୍ରୋନିକ ହୋମ ଆପ୍ଲିକାନ୍ସ, ଫର୍ଣ୍ଣିଚର, ଇନ୍‌ଭ୍ୟାଟର୍‌ ବ୍ୟାଟେରି ସହିତ ପୋଷାକ ପତ୍ର, ୧୫ ଲକ୍ଷର ପୋଷାକ ପତ୍ର ଜବତ କରିଛି

Spread the love
CATEGORIES
TAGS
Share This

COMMENTS Wordpress (0) Disqus ( )

error: Content is protected !!