ଜଟଣୀ ବିକାଶ ପରିଷଦ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି ।
ଜଟଣୀ :(କାଞ୍ଚନଟିଭି/ଆଶୁତୋଷ ରାୟ) ୦୨.୦୪.୨୦୨୩ ରିଖ ଦିବା ୧୧ ଘଣ୍ଟିକା ସମୟରେ ଖଣ୍ଡୁଆଳ ଠାକୁରାଣୀଙ୍କ ମନ୍ଦିର ପ୍ରାଙ୍ଗଣରେ ଶ୍ରୀ
ବିଜୁ ଛୋଟରାୟଙ୍କର ସଭାପତି ଦ୍ଵାରା ଜଟଣୀ ବିକାଶ ପରିଷଦର ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା।
ଏହି ସଭାରେ ପରିଷଦର ଉପ ସଭାପତି ଶ୍ରୀ ବିଜୟ କୁମାର ପଣ୍ଡା ସମସ୍ତ ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲେ । ସଭାପତି ତାଙ୍କରି ଅଭିଭାଷଣରେ ଜଟଣୀର ସାମଗ୍ରିକ ଅଭାବ ଅସୁବିଧା ଏବଂ ଜଟଣୀର ଉନ୍ନତି ପାଇଁ ବିକାଶ ପରିଷଦ ତାରି କାର୍ଯ୍ୟଧାରା ଜାରି ରଖିବ। ସେ ତାଙ୍କ ଅଭିଭାଷଣରେ ସ୍ଥାନୀୟ ଡାକ୍ତରଖାନାର ଅଭାବ ଅସୁବିଧା ତଥା ଜଟଣୀ ମହାବିଦ୍ୟାଳୟର ଜମି ସମସ୍ୟା ବସ୍ତି ବାସିନ୍ଦାଙ୍କର ଥଇଥାନ ପାଇଁ ବିକାଶ ପରିଷଦ ଆଗାମୀ ଦିନରେ ଦିନରେ ତାର ଲଢେଇ ଜାରି ରଖିବ। ସମ୍ପାଦକ ଶ୍ରୀ ସୁଦର୍ଶନ ସୁନ୍ଦରାୟ ବିକାଶ ପରିଷଦର ଏବଂ ଜଟଣୀର ଉନ୍ନତି ପାଇଁ ସବୁ ସଦସ୍ୟଙ୍କର ସହଯୋଗ କାମନା କରିଥିଲେ। କାର୍ଯ୍ୟକାରୀ ସଭାପତି ଶ୍ରୀ କୈଳାସ ଚନ୍ଦ୍ର ମହାପାତ୍ର କିଛି ସମସ୍ୟା ଉପରେ ଆଲୋକପାତ କରିଥିଲେ। ପ୍ରତି ୨ମାସରେ ସାଧାରଣ ବୈଠକ ଏବଂ ଏକ ୱାଟସ୍ ଆପ୍ ଗ୍ରୁପ୍ ପାଇଁ ପ୍ରସ୍ତାବ ଦେଇଥିଲେ । ବିଜୁ ଜନତା ଦଳର ଖୋର୍ଦ୍ଧା ଜିଲ୍ଲା ସଭାପତି ତଥା ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ବିଭୂତି ଭୂଷଣ ବଳବନ୍ତରାୟ ସଂଗଠନର ଅଗ୍ରଗତି ଏବଂ ସଂଗଠନକୁ ସୃଦୃଢ଼ କରିବାକୁ ଆହ୍ୱାନ ଦେଇଥିଲେ । ତାଙ୍କରି ବିଧାୟକ ସମୟରେ ଜଟଣୀର ସର୍ବାଙ୍ଗୀନ ଉନ୍ନତି କାର୍ଯ୍ୟକ୍ରମ ହାତକୁ ନିଆଯାଇଥିଲା ।
ସେ ତାଙ୍କର ବକ୍ତବ୍ୟ ରେ ଜଟଣୀ କଲେଜ୍ ର ସ୍ଥାୟୀ ଜାଗା ମେଡିକାଲର ଉନ୍ନତି ଏବଂ ଝୁପୁଡ଼ି ବାସିନ୍ଦାଙ୍କର ପାଇଁ ସରକାରୀ ପଟା ପ୍ରଦାନ କରିବା ନିମନ୍ତେ ସରକାରୀ ସ୍ତରରେ ଚେଷ୍ଟା କରିବେ ବୋଲି ପ୍ରତିଶୃତି ଦେଇଥିଲେ , ଉକ୍ତ ସଭାରେ ଶ୍ରୀ ବିଭୂତି ଭୂଷଣ ବଳବନ୍ତରାୟଙ୍କର ଦ୍ଵାରା ଜଟଣୀ ଲୟାର୍ସ ଆସୋସିଏସନ୍ – ୨୦୨୩/୨୦୨୪ ର ନବନିର୍ବାଚିତ ସମ୍ପାଦକ ଶ୍ରୀ ଅରୁଣ କୁମାର ସାହୁ,ସହ – ସମ୍ପାଦକ ଶ୍ରୀ ଆଶୁତୋଷ ରାୟ ଏବଂ କାର୍ଯ୍ୟକାରିଣୀ ସଦସ୍ୟ ଆଶିଷ କୁମାର ମହାପାତ୍ର ଏବଂ ଜଟଣୀ ବାର ଆସୋସିଏସନ୍ ର କୋଷାଧ୍ୟକ୍ଷ ଶ୍ରୀ ମାନସ ରଞ୍ଜନ ସୁବୁଦ୍ଧି ତଥା ଜଟଣୀ ବିକାଶ ପରିଷଦର ଏହି ୪ଜଣ ଉପସ୍ଥିତ ସଦସ୍ୟା ମାନଙ୍କୁ ନବ ନିର୍ବାଚିତ ଉପଲକ୍ଷେ ଜଟଣୀ ବିକାଶ ପରିଷଦର ମୁଖ୍ୟ ଅତିଥି ତଥା ଖୋର୍ଦ୍ଧା ଜିଲ୍ଲା ବିଜେଡ଼ି ସଭାପତି ପୂର୍ବତନ ମାନ୍ୟବର ବିଧାୟକ
ବିଭୂତି ଭୂଷଣ ବଳବନ୍ତରାୟ ଜଟଣୀ ବିକାଶ ପରିଷଦ ତରଫରୁ ପୁଷ୍ପ ତୋଡା ଏବଂ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧନା ଜ୍ଞାପନ କରି ଅଭିନନ୍ଦନ ଜଣାଇଥିଲେ ।
ଶେଷରେ ସଂଗଠନ ସମ୍ପାଦକ ଶ୍ରୀ ସୁଶାନ୍ତ କୁମାର ରାଉତ ସମସ୍ତଙ୍କର ସହଯୋଗ ପାଇଁ ଧନ୍ୟବାଦ ଅର୍ପଣ କରି ଥିଲେ । କାର୍ଯ୍ୟକାରୀ ସଭାପତି ଶ୍ରୀ ରାଜେନ୍ଦ୍ର ପ୍ରସାଦ ପଟ୍ଟନାୟକ ବିକାଶ ପରିଷଦର ସଫଳତା କାମନା କରିଥିଲେ। ଅନେକ ମହିଳା ଯୁବଛାତ୍ର ଏବଂ ଆଙ୍ଗଲୋ ଇଣ୍ଡିଆନ ବିକାଶ ପରିଷଦର କାର୍ଯ୍ୟଧାରାରେ ଅନୁପ୍ରାଣିତ ହୋଇ ଉକ୍ତ ସଭାରେ ଯୋଗଦାନ କରିଥିଲେ ଏବଂ ଶ୍ରୀଯୁକ୍ତ ବିଭୂତି ଭୂଷଣ ବଳବନ୍ତରାୟ ଙ୍କର ଦ୍ଵାରା ସମ୍ବର୍ଦ୍ଧିତ କରାଯାଇଥିଲା ।