ଜଟଣୀ ବିଧାୟକଙ୍କ ଦ୍ଵାରା ଲୟର ଆସୋସିଏସନ୍ ସଂଘ ଗୃହ ଉଦଘାଟିତ
ଜଟଣୀ:(କାଞ୍ଚନଟିଭି/ଆଶୁତୋଷ ରାୟ) ଖୋର୍ଦ୍ଦା ଜିଲ୍ଲା ଜଟଣୀ ବ୍ଲକ୍ ଅନ୍ତର୍ଗତ ରାମଚନ୍ଦ୍ରପୁର ବଜାର ମୁନିସିପାଲଟି ଅଧୀନରେ ଥିବା ଜଟଣୀ ଲୟର ଆସୋସିଏସନ୍ ସଂଘ ଗୃହ ଜଟଣୀ ବିଧାୟକଙ୍କ ଦ୍ଵାରା ଉଦଘାଟିତ ହୋଇଯାଇଛି। ଏହି ଉତ୍ସବରେ ମୂଖ୍ୟ ଅତିଥିଭାବେ ଜଟଣୀ କଂଗ୍ରେସ ସଭାପତି ତଥା ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ ଯୋଗ ଦେଇ ସଂସ୍କୃତିକ କାର୍ଯ୍ୟକ୍ରମର ପାଳନର ମହତ୍ତ୍ଵ ଓ ଆବଶ୍ୟକତା ସମ୍ପର୍କରେ ବର୍ଣ୍ଣନା କରିଥିଲେ। ତତ୍ ସହିତ ଲୟର ଆସୋସିଏସନ୍ ଗୃହକୁ ଉଦ୍ ଘାଟନ କରିଥିଲେ। ଜଟଣୀ ଲୟର ଆସୋସିଏସନ୍ ଆନୁକୁଲ୍ୟରେ ଜଟଣୀର ବିଧାୟକ ଶ୍ରୀ ସୁରେଶ କୁମାର ରାଉତରାୟ ବିଧାୟକ ପାଣ୍ଠିରୁ ୧,୫୦,୦୦୦ ସହାୟତ ପ୍ରଦାନ କରିଥିଲେ। ଜଟଣୀ ଲୟର ଆସୋସୀଏସନ୍ ଗୃହଟିର ପୋର୍ଟିକୋ ତଥା ନୂତନ ବାରଣ୍ଡା ନୂତନ ଭାବେ ନିର୍ମାଣ କରଯାଇଥିଲା।
ଏହାକୁ ଶୁଭ ଉଦଘାଟନ କରିବାକୁ ବିଧାୟକ ଆସି ରିବନ୍ କାଟି ଏହାର ଶୁଭ ଉଦଘାଟନ କରିଥିଲେ। ଏଥିରେ ବିଧାୟକ ସୁରେଶ କୁମାର ରାଉତରାୟ ଏବଂ ତାଙ୍କ ପୁତ୍ର ମନ୍ମଥ ରାଉତରାୟ ତଥା ସ୍ଥାନୀୟ ନେତା ଉଦୀୟମାନ ଯୁବକ ଶ୍ରୀ ବାବିନା ରାଉତରାୟ ଅଂଶ ଗ୍ରହଣ କରି ସୁନ୍ଦର ଭାଷଣ ଦେବା ସହିତ ଓକିଲ ବୃନ୍ଦଙ୍କୁ ସମ୍ଭାଷଣ ପୂର୍ବକ ଉନ୍ନତି କାମନା କରିଥଲେ
ଏଥିରେ ସଭାପତି ଲୟର ଆସୋସିଏସନ୍ ଜଟଣୀର ଶ୍ରୀ ସୁଶୀଲ ମହାନ୍ତିଙ୍କର ସଭାପତିତ୍ଵରେ ଏବଂ ସମ୍ପାଦକ – ଶିବୁ ରଥ,ରବି ପଣ୍ଡା, କୋଷାଧ୍ୟକ୍ଷ – ଅରୁଣ ସାହୁ, ଆସିଷ୍ଟାଣ୍ଟ ସେକ୍ରେଟାରୀ – ଆଶୁତୋଷ ରାୟ, ରିତେଶ ଶର୍ମା, ବରିଷ୍ଠ ଆଇନ ଜିବୀ, କୈଳାସ ଶର୍ମା, ତଥା ଜଟଣୀ ନଗରର ବରିଷ୍ଠ ତଥା କଂଗ୍ରେସ ସଭାପତି ଶ୍ରୀ ଅଶୋକ ମଙ୍ଗରାଜ ଓରଫ ଚାଳୁ ମଙ୍ଗରାଜ, ବିଧାୟକଙ୍କର ପ୍ରାଇଭେଟ୍ ସେକ୍ରେଟାରୀ ଶ୍ରୀ କଳିଙ୍ଗ ସାହୁ, ତଥା ବହୁ କଂଗ୍ରେସ କର୍ମୀ ତଥା ସୀତା ରାଉତ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଓକିଲ ବୃନ୍ଦଙ୍କୁ ପ୍ରେରଣା ଦେଇ ଉତ୍ସାହିତ କରି ସଭାଟିକୁ ସାଫଲ୍ୟ ମଣ୍ଡିତ କରିଥିଲେ ।
ଏବଂ ଶେଷରେ ବରିଷ୍ଠ ଆଇନଯିବି ଅର୍ଜୁନ ସାମନ୍ତରାୟ ଧନ୍ୟବାଦ୍ ଦେଇ ସଭା ସଙ୍ଗ କରିଥିଲେ । ଏଥିରେ ମହିଳା ଓକିଲ ମଧୁସ୍ମିତା ନାୟକ ସଭାରେ ଯୋଗ ଦେଇ ସଭାର ମର୍ଯ୍ୟାଦା ବଢାଇଥିଲେ। ଅଞ୍ଚଳର ବିକାଶ ପାଇଁ ଜଟଣୀ ବିଧାୟକଙ୍କ ପ୍ରଚେଷ୍ଟା ଯୋଗୁଁ ରାମଚନ୍ଦ୍ରପୁର ବଜାରରେ ଲୟର ଆସୋସିଏସନ୍ ସଂଘ ଗୃହ ହୋଇ ପଡ଼ିଥିବା ଯୋଗୁଁ ଲୟର ଆସୋସିଏସନ୍ ସଂଘର ସମସ୍ତ ସଦସ୍ୟ ବିଧାୟକଙ୍କୁ ପ୍ରଶଂସା କରିବା ସହ ଧନ୍ୟବାଦ ପ୍ରଦାନ କରିଥିଲେ।