ଜଟଣୀରେ ମହାନ୍ ସ୍ଵାଧୀନତା ସଂଗ୍ରାମୀ ସ୍ବର୍ଗତ ପ୍ରାଣନାଥ ପଟ୍ଟନାୟକଙ୍କ ୧୫୭ତମ ଜୟନ୍ତୀ ପାଳିତ

ଜଟଣୀରେ ମହାନ୍ ସ୍ଵାଧୀନତା ସଂଗ୍ରାମୀ ସ୍ବର୍ଗତ ପ୍ରାଣନାଥ ପଟ୍ଟନାୟକଙ୍କ ୧୫୭ତମ ଜୟନ୍ତୀ ପାଳିତ

ଜଟଣୀ:(କାଞ୍ଚନ ଟିଭି/ଆଶୁତୋଷ ରାୟ) ମହାନ୍ ସ୍ଵାଧୀନତା ସଂଗ୍ରାମୀ ଓଡ଼ିଶାରେ କୃଷକ ଓ ସାମ୍ୟବାଦୀ ଆନ୍ଦୋଳନର ପୁରୋଧା ଶିକ୍ଷା ଆନ୍ଦୋଳନର ଅଗ୍ରଦୂତ ତଥା ଆଜୀବନ ବିପ୍ଲବୀ ସ୍ବର୍ଗତ ପ୍ରାଣନାଥ ପଟ୍ଟନାୟକଙ୍କ ୧୫୭ ତମ ଜୟନ୍ତୀ ହୋଇଯାଇଛି । ଜଟଣୀସ୍ଥିତ ପ୍ରାଣନାଥ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ବୁଧବାର ପୂର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଛି ।

ପ୍ରାଣନାଥ ପଟ୍ଟନାୟକ ଫାଉଣ୍ଡେସନ ଓ ଜଟଣୀ ବରିଷ୍ଠ ନାଗରିକ ସେବା ସଂଘର ସଭାପତି ଅବନୀ କୁମାର ରାଉତରାୟଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ଉତ୍ସବରେ ବରିଷ୍ଟ ସାମ୍ୱାଦିକ ରବି ସ୍ୱାଇଁ, ପୂର୍ବତନ ସରପଞ୍ଚ ଦିବାକର ମଙ୍ଗରାଜ, ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସ୍ନେହଲତା ଲେଙ୍କା ସମ୍ମାନିତ ଅତିଥି ରୂପେ ଯୋଗଦେଇ ଗ୍ରାମାଞ୍ଚଳରେ ପିଲାମାନଙ୍କୁ ଉଚ୍ଚ ଶିକ୍ଷା ଯୋଗାଇ ଦେବାପାଇଁ ଦେଶ ସ୍ଵାଧୀନ ହେବା ପୂର୍ବରୁ ୧୯୪୫ ମସିହାରେ ଜଟଣୀରେ ହାଇସ୍କୁଲ ଓ ପରବର୍ତ୍ତୀ ସମୟରେ ଖୋର୍ଦ୍ଧାରେ ମହା ବିଦ୍ୟାଳୟ ପ୍ରତିଷ୍ଠା କରି ଯେଉଁ ଆଦର୍ଶ ସୃଷ୍ଟି କରି ଯାଇଛନ୍ତି ଆଜି ତାହା ଅନ୍ୟମାନଙ୍କ ପାଇଁ ଅନୁକରଣୀୟ ହେବା ଆବଶ୍ୟକ ବୋଲି କହିଥିଲେ। କାରଣ ଆଜିର ଘରୋଇ ଶିକ୍ଷାନୁଷ୍ଠାନମାନଙ୍କର ନିମ୍ନ ମଧ୍ୟବିତ ଓ ମଧ୍ୟବିତ ପରିବାରର ପିଲାମାନେ ଶିକ୍ଷା ଲାଭ କରିବା ସମ୍ଭବପର ନୁହେଁ।

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସମାଜସେବୀ ହବିବୁର ରେହମାନ୍ , ଗୌତମ ମହାରଣା, ବିଜୟ କୁମାର ପଣ୍ଡା, ଯୁବ ସଂଗଠକ କିଶୋର ପାଇକରାୟ, ଡ଼.ପ୍ରବୀର କୁମାର ମହାନ୍ତି, ବିଦର କେତନ ଜେନା, ବାସୁଦେବ ସେଠୀ, ପୂର୍ବତନ ପ୍ରଧାନ ଶିକ୍ଷକ ନଟବର ସ୍ୱାଇଁ, କାଶୀନାଥ ଦାସ, ପ୍ରଫୁଲ୍ଲ କୁମାର ମିଶ୍ର, ଯୁବ ସଂଗଠକ ପ୍ରଦୀପ୍ତ ମହାନ୍ତି, ପ୍ରାଣନାଥ ଫାଉଣ୍ଡେସନ ଚେୟାରମ୍ୟାନ ଅବନୀ କୁମାର ରାଉତରାୟ ,ଆଇନଜୀବୀ ତଥା ସାମ୍ୱାଦିକ ଆଶୁତୋଷ ରାୟ, ଶିବ ପ୍ରସାଦ ରଥ, ସାମ୍ୱାଦିକ ନବିନ ମହାପାତ୍ର, ଲିଙ୍ଗରାଜ ପାତ୍ର, ନାରୀନେତ୍ରୀ ସନ୍ତୋଷୀ ଜାଲ୍ଲି ପ୍ରମୁଖ ଯୋଗ ଦେଇଥିଲେ। ପ୍ରାଣନାଥ ଫାଉଣ୍ଡେସନର ଯୁଗ୍ମ ସମ୍ପାଦକ ଶୁଶାନ୍ତ ରାଉତ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।

Spread the love
CATEGORIES
TAGS
Share This

COMMENTS

Wordpress (0)
Disqus ( )
error: Content is protected !!