ଜାଣନ୍ତୁ ନିମ୍ନ ରକ୍ତଚାପ କାରଣ ଓ ନିରାକରଣ :

ଜାଣନ୍ତୁ ନିମ୍ନ ରକ୍ତଚାପ କାରଣ ଓ ନିରାକରଣ :

ବର୍ତ୍ତମାନ ଅନେକଙ୍କ କ୍ଷେତ୍ରରେ ଅଧିକ ମାତ୍ରାରେ ଉଚ୍ଚ ରକ୍ତଚାପ ଓ ନିମ୍ନ ରକ୍ତ ଚାପ ବା ହାଇ ଓ ଲୋ ବ୍ଲଡ ପ୍ରେସର୍ ଦେଖିବାକୁ ମିଳୁଛି। ଯାହା ଅନେକ ବଡ଼ ବଡ଼ ରୋଗର କାରଣ ମଧ୍ୟ ହେଉଛି। ତେବେ ଆଜି ଆମେ ଜାଣିବା ଏହି ନିମ୍ନ ରକ୍ତଚାପ କ’ଣ ଓ ଏହାର ଉପଚାର।
ନିମ୍ନ ରକ୍ତଚାପ ସାଧାରଣ ଭାବେ ଅଧିକ ନମ୍ୱର୍ ଭାବେ ୯୦ ମିଲିମିଟର ପାରା କିମ୍ୱା ନିମ୍ନ ସଂଖ୍ୟା ପାଇଁ କମ୍ ୬୦ ମିମି ଏଚଜି ରୁ କମ୍ ରହିଲେ ଏହାକୁ ରକ୍ତ ଚାପ କୁହାଯାଏ। ଯାହା ଜଣେ ବ୍ୟକ୍ତିଙ୍କ ପାଇଁ ନିମ୍ନ ରକ୍ତଚାପ ବୋଲି ବିବେଚନା କରାଯାଏ। ନିମ୍ନ ରକ୍ତଚାପରେ କୌଣସି ଆଖିଦୃଶିଆ ଲକ୍ଷଣ ଦେଖା ଯାଏ ନାହିଁ। କିନ୍ତୁ ମୁଣ୍ଡ ବୁଲାଇବା ଏବଂ ବାନ୍ତି ହୋଇପାରେ।

ବେଳେବେଳେ, ନିମ୍ନ ରକ୍ତଚାପ ଜୀବନ ପ୍ରତି ବିପଦ ହୋଇପାରେ। ନିମ୍ନ ରକ୍ତଚାପର କାରଣଗୁଡିକ ବିଷୟରେ କହିବାକୁ ଗଲେ ଡିହାଇଡ୍ରେସନ୍ ଓ ହାଇପୋଟେନସନରୁ ହୋଇଥାଏ। ତେବେ ନିମ୍ନ ରକ୍ତଚାପ କ’ଣ ପାଇଁ ଘଟୁଛି ତାହା ଜାଣିବା ଜରୁରୀ, ଯଦି ଆବଶ୍ୟକ ହୁଏ ତେବେ ଏହାର ଚିକିତ୍ସା କରାଯାଇପାରିବ।

ଅର୍ଥୋଷ୍ଟାଟିକ୍ ହାଇପୋଟେନ୍ସନ୍ ବିଷୟରେ କହିବାକୁ ଗଲେ ବସିଥିବା ସ୍ଥାନରୁ କିମ୍ବା ଶୋଇବା ପରେ ଉଠିଲେ ଏହା ହଠାତ୍ ରକ୍ତଚାପର ହ୍ରାସ ହୁଏ। ଏହାର କାରଣ ହେଉଛି ଡିହାଇଡ୍ରେସନ୍, ଦୀର୍ଘକାଳୀନ ଶଯ୍ୟା ବିଶ୍ରାମ, ଗର୍ଭଧାରଣ, କିଛି ଚିକିତ୍ସା ଅବସ୍ଥା ଏବଂ କିଛି ମେଡ଼ିସିନ୍ ପିରିୟଡ଼। ଖାସ କରି ଯୁବଗୋଷ୍ଠୀଙ୍କ ପାଖରେ ଏପରି ନିମ୍ନ ରକ୍ତଚାପ ସାଧାରଣ ଦେଖାଯାଏ। ପୋଷ୍ଟପ୍ରେଣ୍ଡିଆଲ୍ ହାଇପୋଟେନ୍ସନ୍ ରକ୍ତଚାପର ଏହି ହ୍ରାସ ଖାଇବା ପରେ ୧ ରୁ ୨ ଘଣ୍ଟା ପରେ ହୁଏ। ଏହା ବୟସ୍କମାନଙ୍କୁ ପ୍ରଭାବିତ କରିବାର ସମ୍ଭାବନା ଅଧିକ।

ନିମ୍ନ ରକ୍ତଚାପ ଲକ୍ଷଣ:

. ଅସ୍ପଷ୍ଟ କିମ୍ବା ଦୁର୍ବଳ ଦୃଷ୍ଟି ଶକ୍ତି

. ମୁଣ୍ଡ ବୁଲାଇବା କିମ୍ବା ହାଲୁକା ହେବା

. ହତାଶ ଲାଗିବା

. ଥକାପଣ ଅନୁଭବ କରିବା

.ଏକାଗ୍ରତା କରିବାରେ ଅସୁବିଧା ହେବା

.ବାନ୍ତି ଲାଗିବା

କିଛି ଲୋକଙ୍କ ପାଇଁ ନିମ୍ନ ରକ୍ତଚାପ ସ୍ଵାସ୍ଥ୍ୟଗତ ଅବସ୍ଥାର ଲକ୍ଷଣ ହୋଇପାରେ, ବିଶେଷତ ଯେତେବେଳେ ଏହା ହଠାତ୍ ହ୍ରାସ ହୁଏ କିମ୍ବା ଲକ୍ଷଣ ସହିତ ଦେଖାଯାଏ। ରକ୍ତଚାପର ହଠାତ୍ ଖସିଯିବା ବିପଜ୍ଜନକ ହୋଇପାରେ। କେବଳ 20 mm Hg ର ପରିବର୍ତ୍ତନ – 110 mm Hg ସିଷ୍ଟୋଲିକ୍ ରୁ 90 mm Hg ସିଷ୍ଟୋଲିକ୍ କୁ ହ୍ରାସ। ଉଦାହରଣ ସ୍ୱରୂପ – ମୁଣ୍ଡ ବୁଲାଇବା ଏବଂ ହତାଶ ଲାଗିବା।

ଶରୀରରେ କୌଣସି ସ୍ଥାନରେ କ୍ଷତ ହେବାପରେ ମଧ୍ୟ ନିମ୍ନ ରକ୍ତଚାପ ହୋଇଥାଏ। ଯଦି ଆପଣଙ୍କର ଅତ୍ୟଧିକ ନିମ୍ନ ରକ୍ତଚାପ (ହାଇପୋଟେନ୍ସନ୍) କିମ୍ବା ଲକ୍ଷଣ ଦେଖନ୍ତି, ତେବେ ଜରୁରୀକାଳୀନ ଚିକିତ୍ସା ସହାୟତା ନିଅନ୍ତୁ। ଯଦି ଆପଣଙ୍କର କ୍ରମାଗତ ଭାବରେ ନିମ୍ନ ରକ୍ତଚାପ ହେଉଛି ଓ ଆପଣ ଭଲ ଅନୁଭବ କରୁନାହାଁନ୍ତି, ତେବେ ଆପଣ ନିୟମିତ ସ୍ୱାସ୍ଥ୍ୟ ଯାଞ୍ଚ କରିବା ଦରକାର।

ରକ୍ତଚାପ ହୃତପିଣ୍ଡର ରକ୍ତ ପରିମାଣ ଏବଂ ଧମନୀରେ ରକ୍ତ ପ୍ରବାହର ପ୍ରତିରୋଧ ପରିମାଣ ଦ୍ୱାରା ହୋଇଥାଏ। ରକ୍ତଚାପ ମାପ ମିଲିମିଟର ମର୍କୁର (mm Hg) ରେ ଦିଆଯାଏ। ଏହାର ଦୁଇଟି ସଂଖ୍ୟା ଅଛି। ସିଷ୍ଟୋଲିକ୍ ଚାପ ଓ ଡାଇଷ୍ଟୋଲିକ୍ ଚାପ। ପ୍ରଥମ ସଂଖ୍ୟା ହେଉଛି ଧମନୀରେ ଥିବା ଚାପ ଯେତେବେଳେ ହୃଦୟ ଆଘାତ କରେ।

ଦ୍ୱିତୀୟ ସଂଖ୍ୟା ହେଉଛି ଧମନୀରେ ଥିବା ଚାପ ଯେତେବେଳେ ହୃଦୟ ବିଟ୍ ମଧ୍ୟରେ ରହିଥାଏ। ତେବେ ନର୍ମାଲ ବ୍ଲଡ ପ୍ରେସର୍ 120/80 mm Hg ରୁ କମ୍ ରହିବା ଉଚିତ୍। ବ୍ଲଡ ପ୍ରେସର୍ ହୃଦଘାତ ଓ ପାରାଲିସିସ କାରଣ ହୋଇପାରେ। ତେଣୁ ଯଦି ଆପଣ ଏହାର ଲକ୍ଷଣ ଦେଖୁଛନ୍ତି ତୁରନ୍ତ ନିଜ ଡାକ୍ତରଙ୍କୁ ଦେଖାନ୍ତୁ

Spread the love
CATEGORIES
Share This

COMMENTS

Wordpress (0)
Disqus ( )
error: Content is protected !!