ଟୁଇଟର ମ୍ୟାନ୍ ବିନୟ ସମ୍ମାନିତ
ଢ଼େଙ୍କାନାଳ:(କାଞ୍ଚନଟିଭି) ଟୁଇଟର ମ୍ୟାନ ବିନୟ ନାଏକ ଟୁଇଟର ଜରିଆରେ ଲୋକଙ୍କ ସମସ୍ୟାର ସମାଧାନ କରୁଥିବାରୁ ବିନୟଙ୍କୁ ନିକଟରେ ସମ୍ବର୍ଦ୍ଧନା ଦିଆଯାଇଛି। ପୁରୀଠାରେ ‘ଟିମ୍ ଆଟା ‘(ଟୁଇଟର ଆସୋସିଏସନ୍ ଢ଼େଙ୍କାନାଳ ଜିଲ୍ଲା କୋଡ଼ିନେଟର ଭାବେ କାମ କରୁଛନ୍ତି।
ଲୋକଂକ ସମସ୍ୟା ଦେଖି ପ୍ରତିଦିନ ବିନୟ ଟୁଇଟର ମାଧ୍ୟମରେ ପ୍ରଶାସନଦୃଷ୍ଟି ଆକର୍ଷଣ କରି ସମାଧାନ କରିଆସୁଛନ୍ତି। ଆସୋସିଏସନ୍ ଅଫ୍ ଟୁଇଟର ଆକ୍ଟିଭିଷ୍ଟର ରାଜ୍ୟ ସ୍ତରୀୟ ଦ୍ଵିତୀୟ ଅଧିବେଶନ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିଲା। ଏଥିରେ ବିନୟ ନାଏକ ହିନ୍ଦୋଳ ଅଞ୍ଚଳର ଉଦୀୟମାନ ସମ୍ମାନିତ କରଯାଇଛି। ସଭାରେ ଅତିରିକ୍ତ ଜିଲ୍ଲାପାଳ କୈଳାସ ନାୟକ, ଓଡିଶା ବିଦ୍ୟୁତ୍ ସର୍କଲ ହେଡ ପ୍ରବୀଣ ଶର୍ମା, ଡାକ୍ତର ସୁନୀଲ ତରେଇ ଓ ସଂଯୋଜକ ବିପିନ ମହାନ୍ତି ଉପସ୍ଥିତ ଥିଲେ। ବିନୟ କୁମାର ନାଏକ ଦୀର୍ଘ ୩ ବର୍ଷରୁ ଅଧିକ ସମୟ ଧରି ବିଭିନ୍ନ କ୍ଷେତ୍ରରେ ନିଜ ପ୍ରୟାସରେ ଏକ ବର୍ଷ ଭିତରେ ୪୦୦ ରୁ ଅଧିକ ସମସ୍ୟାର କଲେଣି ଯଥା ବିଧବା ଭତା, ବିଦ୍ୟୁତ୍ ସଂଯୋଗ, ଏବଂ ରକ୍ତ ସଂଗ୍ରହ ଠାରୁ ଆରମ୍ଭ ସରକାରୀ ଚିକିତ୍ସା ପର୍ଯ୍ୟନ୍ତ ଅନେକ ସମସ୍ୟାର ସମାଧାନ କରି ବିଭିନ୍ନ ମହଲରୁ ପ୍ରଶଂସା ସୁଅ ଛୁଟୁଛି। ଏହି ଭଳି ଲୋକମାନଙ୍କ ସେବାରେ ନିଜକୁ ଆଗକୁ ସମର୍ପଣ କରି ଚାଲିବି ବୋଲି ଗଣ ମାଧ୍ୟମରେ ପ୍ରକାଶ କରୁଛନ୍ତି।