ଥାଲାସେମିଆ & ରକ୍ତସୀଙ୍ଖୁଳି ସୋସାଇଟି ଓଡ଼ିଶା ତରଫରୁ ଏକ ସ୍ଵାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇସାରିଛି
ନୟାଗଡ଼:(କାଞ୍ଚନ ଟିଭି\ପ୍ରସନ୍ନ କୁମାର ସ୍ବାଇଁ) ନୟାଗ଼ଡ୍ ଜିଲ୍ଲା ଅନ୍ତର୍ଗତ ମାଁ ଦକ୍ଷିଣ କାଳିଙ୍କ କଲ୍ୟାଣ ମଣ୍ଡପ ଠାରେ ଥାଲାସେମିଆ & ରକ୍ତସିଙ୍ଖୁଳି ସୋଷାଇଟ ଓଡ଼ିଶା ଓ ନାରାୟଣ ହୃଦୟାଳୟ ବାଙ୍ଗାଲୋରଙ୍କ ମିଳିତ ଉଦ୍ୟମରେ ଏକ ଏଚ.ଏଲ୍. ଏ ନମୁନା ସଂଗ୍ରହ (ଅସ୍ତିମଜ ପ୍ରତିରୋପଣ ପାଇଁ) ହୋଇଯାଇଛି, ଏହି ନମୁନା ସଂଗ୍ରହ ଶିବିରକୁ ନୟାଗଡ଼ ଜିଲ୍ଲା ଏବଂ ଆଖପାଖରୁ ପ୍ରାୟ ୪୦ ଜଣ ଥାଲାସେମିଆ ରୋଗୀ ଓ ତାଙ୍କର ପରିବାର ଯୋଗ ଦେଇଥିଲେ ନାରାୟଣ ହୃଦୟାଳୟ ବାଙ୍ଗାଲୋରର ପରିଚାଳକ ଶ୍ରୀଯୁକ୍ତ ଇରୁଦୟାରାଜ୍ ସୁରେଶ ଅସ୍ତିମଜା ପ୍ରତିରୋପଣ ବିଷୟରେ ବିଶେଷ ଭାବରେ ଆଲୋଚନା କରିଥିଲେ, ଏହାପରେ ୧3ଜଣ ଥାଲାସେମିଆ ରୋଗୀ ଓ ତାଙ୍କର ଭାଇ ଭଉଣୀଙ୍କ ଠାରୁ ନମୁନା ସଂଗ୍ରହ କରାଯାଇଥିଲା, ଏହି ଶିବିରକୁ ସୋସାଇଟିର ସମ୍ପାଦକ ଶ୍ରୀଯୁକ୍ତ ଦୀପକ ଜାଲି,ସୋଷାଇଟିର ସ୍ଥାନୀୟ ସଦସ୍ୟ ଶ୍ରୀଯୁକ୍ତ ଦିବାକର ମହାପାତ୍ର , ଲକ୍ଷ୍ମୀଧର ବେହେରା, ଶ୍ରୀମତୀ ଟୁନିୟା ମୁଦୁଲି,ଶନାତନ ସାହୁ ଶିବିରକୁ ପରିଚାଳନା କରିଥିଲେ, ଏବଂ ସୋସାଇଟିର କୋଷାଧ୍ୟକ୍ଷା ଶ୍ରୀମତୀ ନିହାରିକା ପଣ୍ଡା ନମୁନା ସଂଗ୍ରହରେ ସହୋଜକ କରିଥିଲେ, ଶେଷରେ ସୋସାଇଟିର ସଭାପତି ଶ୍ରୀଯୁକ୍ତ ନିରାକାର ପଣ୍ଡା ଉପସ୍ଥିତ ସମସ୍ତ ରୋଗୀ,ଅଭିଭାବକ ମାନଙ୍କୁ ସୁବିଧା ଅସୁବିଧା ବିଷୟରେ ଆଲୋଚନା କରି କିପରି ଭାବରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରକ୍ତ ସଞ୍ଚାରଣ କେନ୍ଦ୍ର, ରକ୍ତ ପ୍ରୁଥକି କରଣ କରିବା ପାଇଁ ଏବଂ ଆଇରନ ନିଷ୍କାସନ ଔଷଧର ବ୍ୟବସ୍ଥା କରିବା ପାଇଁ ଅଭିଭାବକ ମାନଙ୍କ ସାଙ୍ଗରେ ଯାଇ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ସାକ୍ଷାତ କରି ଏହାର ଆଶ୍ରୁ ସମାଧାନ ପାଇଁ ଦାବି ଜଣାଇଥିଲେ, ଏହି ଶିବିରରେ ୧୩ଜଣ ରୋଗୀଙ୍କର ନିଶ୍ଳୁକ ଲାଳ ନମୁନା ସଂଗ୍ରହ କରାଗଲା, ଏବଂ ଧନ୍ୟବାଦ୍ ଅର୍ପଣ କରି ଓଡ଼ିଶାକୁ ଥାଲାସେମିଆ & ରକ୍ତଶୀଙ୍ଖୁଳି ମୁକ୍ତ କରିବା ପାଇଁ ଆହ୍ବାନ ଦେଇଥିଲେ ।