ଦିଆଯିବ ବୁଷ୍ଟର ଡୋଜ୍
ଭୁବନେଶ୍ୱର:(କାଞ୍ଚନଟିଭି)ରାଜ୍ୟରେ ବୁଷ୍ଟର ଡୋଜ ପାଇଁ ଡେଡଲାଇନ ସରିଥିଲେ ମଧ୍ୟ ମାଗଣା ଟୀକା ଦିଆଯିବ । ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି । ତେବେ ସେ କହିଛନ୍ତି ଯେ ଜୁଲାଇ ୧୫ରୁ ଏହି ମାଗଣା ଟିକା କରଣ ଆରମ୍ଭ ହୋଇ ସେପ୍ଟେମ୍ବର ୩୦ରେ ଶେଷ ହୋଇଥିଲେ ମଧ୍ୟ ଏହି ଜୁଲାଇ ୧୫ରୁ ସେପ୍ଟେମ୍ବର ୩୦ ଭିତରେ ରାଜ୍ୟରେ ଏକ କୋଟି ୨୧ଲକ୍ଷ ୫୦ହଜାର ବୁଷ୍ଟର ଡୋଜର ଟୀକାକରଣ ସରିଛି ।
ଏହି ଟୀକାକରଣ ପାଇଁ ଯେତିକି ଲୋକସଂଖ୍ୟା ଧାର୍ୟ୍ୟ କରାଯାଇଥିଲା ତାର ୩୮ ପ୍ରତିଶତ ଲୋକଙ୍କୁ ଟୀକାକରଣ କରାଯାଇଛି । ତେବେ ଓଡ଼ିଶାରେ ପ୍ରଥମ ପ୍ରର୍ଯାୟରେ ୯୭% ଓ ଦ୍ଵିତୀୟ ପ୍ରର୍ଯାୟରେ ୯୧ପ୍ରତିଶତ ଲୋକଙ୍କ ଟୀକାକାରଣ ସରିଛି । ଯେଉଁଥିପାଇଁ ସଂକ୍ରମଣ ସଂଖ୍ୟା ମଧ୍ୟ କମ ରହିଛି ।
ବର୍ତ୍ତମାନ ପାର୍ବଣ ଋତୁ ଚାଲିଥିବାରୁ ଲୋକଙ୍କୁ ସତର୍କ ରହିବାକୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି । ଏତତ୍ ବ୍ୟତୀତ ରାଜ୍ୟରେ ସଂକ୍ରମଣ କମିଥିବାରୁ ପ୍ରଥମ ଓ ଦ୍ଵିତୀୟ ଡୋଜ ପାଇଁ ଲୋକଙ୍କ ଭିତରେ ଥିବା ଆଗ୍ରହ ଏବେ ପ୍ରିକସନ ଡୋଜ କ୍ଷେତ୍ରରେକମିଥିବା ଦେଖିବାକୁ ମିଳିଛି। ତେବେ ମିଳିଥିବା ସୂଚନା ଅନୁଯାୟୀ ପ୍ରିକସନ ଡୋଜ ଦେବାରେ ଓଡିଶା ସବୁ ରାଜ୍ୟ ଠାରୁ ଆଗୁଆ ରହିଛି ।
ମହଜୁଦ ରହିଥିବା ୩.୫ ଲକ୍ଷ ଟୀକା ସରିବା ପରେ କେନ୍ଦ୍ର ସରକାରଙ୍କ ତରଫରୁ ଯାହା ନିର୍ଦ୍ଦେଶ ଆସିବ ସେହି ଅନୁସାରେ କାର୍ଯ୍ୟକାରୀ ହେବ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।ବୁଷ୍ଟର ଟୀକାକରଣ ଆଗକୁ ଜାରୀ ରହିବ । ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ଆଗାମୀ ନିର୍ଦେଶନାମା ନଆସିବ ପର୍ୟ୍ୟନ୍ତ ଏହି ମାଗଣା ବୁଷ୍ଟର ଡୋଜ ଦିଆଯିବ