ପବିତ୍ର ରମଜାନ
ଆରବୀ ଶବ୍ଦ ରମଜାନର ଆକ୍ଷରିକ ଅର୍ଥ ହେଲା ଜଳିଯିବା (ଯେଉଁ ମାସରେ ଧର୍ମ କର୍ମଦ୍ୱାରା ପାପରାଶି ଜଳିଯାଏ)। ଇସଲାମ ଧର୍ମର ହିଜରୀ କ୍ୟାଲେଣ୍ଡର ଅନୁସାରେ ରମଜାନ ମାସ ହେଉଛି ବର୍ଷର ନବମ ମାସ। ଏହା ସାବାନର ପରବର୍ତ୍ତୀ ଓ ସବାଲ୍ର ପୂର୍ବବର୍ତ୍ତୀ ମାସ। ଇସଲାମୀୟ ପରମ୍ପରା ଅନୁସାରେ ଏହି ରମଜାନ ମାସ ହିନ୍ଦୁମାନଙ୍କ କାର୍ତ୍ତିକ ମାସ ଭଳି ସବୁଠାରୁ ପୂଣ୍ୟ ଓ ପବିତ୍ର ମାସ
ରମଜାନ୍ ମାସ ମୁସଲିମ୍ ସଂପ୍ରଦାୟର ଅତି ପବିତ୍ର ମାସ। ଆରବୀ ଶବ୍ଦ ରମଜାନର ଆକ୍ଷରିକ ଅର୍ଥ ହେଲା ଜଳିଯିବା (ଯେଉଁ ମାସରେ ଧର୍ମ କର୍ମ ଦ୍ୱାରା ପାପ ରାଶି ଜଳିଯାଏ)। ଇସଲାମ୍ ଧର୍ମର ହିଜରୀ କ୍ୟାଲେଣ୍ଡର ଅନୁସାରେ ରମଜାନ୍ ମାସ ହେଉଛି ବର୍ଷର ନବମ ମାସ। ଏହା ସାବାନର ପରବର୍ତ୍ତୀ ଓ ସବାଲ୍ର ପୂର୍ବବର୍ତ୍ତୀ ମାସ। ଏହି ପବିତ୍ର ମାସ ସାରା ରୋଜା (ଉପବାସ) ଓ ଏବାଦତ୍ (ବିଶେଷ ପ୍ରାର୍ଥନା) ଏବଂ ତରାବି ନମାଜ ପାଠ କରା ଯାଇଥାଏ।
ଇସଲାମ୍ ଧର୍ମାବଲମ୍ବୀଙ୍କ ଅନୁସାରେ ଏହି ମାସରେ ୩୦ ଦିନ ଧରି ରୋଜା ରଖିବା, ଶ୍ରଦ୍ଧାଳୁ ମାନଙ୍କ ନିମନ୍ତେ ରକ୍ଷା କବଚ ସଦୃଶ, ଯାହା ସମସ୍ତ ବିପଦ ଆପଦରୁ ଭକ୍ତକୁ ରକ୍ଷା କରିଥାଏ। ପ୍ରତ୍ୟେକ ଦିନ ସୂର୍ଯ୍ୟୋଦୟ ଠାରୁ ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ ନିର୍ଜଳ ଉପବାସ ବ୍ରତ ପାଳନ କରିବା ସହିତ ଚକ୍ଷୁ, କର୍ଣ୍ଣ, ନାସା, ଜିହ୍ୱା ଇତ୍ୟାଦି ଇନ୍ଦ୍ରିୟଗୁଡ଼ିକ ଉପରେ ସଂଯମ ଅବଲମ୍ବନ କରାଯାଇ ଆଲ୍ଲାଙ୍କ ସ୍ତୁତି କରିବାକୁ ରୋଜା କୁହାଯାଏ। ଏହି ସଂଯମ ବିନା ରୋଜା ଅସମ୍ପୂର୍ଣ୍ଣ ରହିଥାଏ। ମାସ ସାରା ଧୈର୍ଯ୍ୟଶୀଳତା, ଆଧ୍ୟାତ୍ମିକତା, ଆଲ୍ଲାଙ୍କ ପ୍ରତି ବିନୟ ଏବଂ ଅର୍ପଣ ଭାଗ ଇତ୍ୟାଦି ବେଶ କଠୋର ଭାବେ ପାଳନ କରିବାକୁ ପଡ଼ିଥାଏ। ଇସଲାମୀ କ୍ୟାଲେଣ୍ଡର ଅନୁଯାୟୀ ୨୯ ବା ୩୦ଦିନ ପରେ ନୂତନ ଚନ୍ଦ୍ର ଦେଖିବା ପରେ ରମଜାନ ମାସ ‘ଇଦ୍ ଉଲ୍- ଫିତର୍’ ଦିନ ଶେଷ ହୋଇଥାଏ। ଇଦ୍ ଅର୍ଥ ଖୁସି, ଫିତର୍ ଅର୍ଥ ଦାନ। ରମଜାନର ଶେଷ ରାତ୍ରି ଉପବାସ କରିଥିବା ଲୋକମାନଙ୍କ ପାଇଁ ମଗଫିରତ୍ ରାତ୍ରି ଅଟେ। ଏହି ରାତ୍ରିରେ ପ୍ରତ୍ୟେକ ବ୍ୟକ୍ତିଙ୍କୁ ଆଲ୍ଲା ଆଗାମୀ ବର୍ଷ ପାଇଁ ରୋଜି ଓ ରୋଜଗାର ଦେଇଥାନ୍ତି। ଇଦ୍ ଉଲ୍- ଫିତର୍ ହେଉଛି ଦାନର ମହୋତ୍ସବ। ଏହି ପବିତ୍ର ଦିନରେ ବର୍ଷ ସାରା ଆୟ କରିଥିବା ଅର୍ଥର ଅଢ଼େଇ ଭାଗ ଗରୀବ ଓ ନିଃସହାୟ ବ୍ୟକ୍ତିଙ୍କୁ ଦାନ କଲେ ପୂଣ୍ୟ ହୁଏ ବୋଲି ବିଶ୍ୱାସ ରହିଛି। ରମଜାନ୍ ମାସରେ ସମସ୍ତଙ୍କ ସୁଖ ସମୃଦ୍ଧି ପାଇଁ ମୁସଲମାନ୍ ମାନେ ଆଲ୍ଲା ତାଲ୍ଲାଙ୍କ ନିକଟରେ ଦୁଆ (ପ୍ରାର୍ଥନା) କରିଥାନ୍ତି। ସବେକଦର୍ ଦିନଟି ରମଜାନ୍ ମାସର ଶ୍ରେଷ୍ଠ ଦିନ। ଏହି ଦିନ ଇସଲାମ୍ ଧର୍ମାବଲମ୍ବୀ ମାନେ ରାତ୍ରି ଉଜାଗର ରହି ଆଲ୍ଲାଙ୍କ ନିକଟରେ ପ୍ରାର୍ଥନା କରିଥାନ୍ତି। ମୁସଲିମ୍ ବିଶ୍ୱାସ ଅନୁଯାୟୀ ଏହି ମାସ ତିନି ଭାଗରେ ବିଭକ୍ତ। ପ୍ରଥମ ୧୦ ଦିନ ଆଲ୍ଲା ତାଲ୍ଲା ଦୟା କରନ୍ତି। ୧୧ଶରୁ ୨୦ଶ ଦିନ ପାପୀର ପାପକୁ କ୍ଷମା କରିଥାଆନ୍ତି। ୨୧ଶରୁ ୩୦ଶ ଦିନ ପର୍ଯ୍ୟନ୍ତ ଦୋଜଖ୍ (ନର୍କ) ନିଆଁରୁ ମୁକ୍ତି ଦେଇଥାନ୍ତି।
ରମଜାନର ଶେଷ ରାତ୍ରି ଉପବାସ କରିଥିବା ଲୋକମାନଙ୍କ ପାଇଁ ମଗଫିରତ ରାତ୍ରି ଆଟେ । ଏହି ରାତ୍ରିରେ ପ୍ରତ୍ୟେକ ବ୍ୟକ୍ତିଙ୍କୁ ଆଲ୍ଲା ଆଗାମୀବର୍ଷ ପାଇଁ ରୋଜି ଓ ରୋଜଗାର ଦେଇଥାନ୍ତି। ଇଦୁଲ ଫିତର ହେଉଛି ଦାନର ମହୋତ୍ସବ । ଏହି ପବିତ୍ର ଦିନରେ ବର୍ଷସାରା ଯାହା ଆୟ କରିଥିବ ତାର ଅଢ଼େଇ ଭାଗ ଗରୀବ ଓ ନିଃସହାୟ ବ୍ୟକ୍ତିଙ୍କୁ ଦାନ କଲେ ପୂଣ୍ୟ ହୁଏ ବୋଲି ବିଶ୍ୱାସ ରହିଛି ।
ରମଜାନ ମାସରେ ସମସ୍ତଙ୍କ ସୁଖ ସମୃଦ୍ଧି ପାଇଁ ମୁସଲମାନମାନେ ଆଲ୍ଲାତଲ୍ଲାଙ୍କ ନିକଟରେ ଦୁଆ (ପ୍ରାର୍ଥନା) କରିଥାନ୍ତି । ସବେକଦର ଦିନଟି ରମଜାନ ମାସର ଶ୍ରେଷ୍ଠ ଦିନ । ଏହି ଦିନ ଇସଲାମ ଧର୍ମାବଲମ୍ବୀମାନେ ରାତ୍ରି ଉଜାଗର ରହି ଆଲ୍ଲାଙ୍କ ନିକଟରେ ପ୍ରାର୍ଥନା କରିଥାନ୍ତି ।