ପର ଉପକାର କରିବା ହିଁ ଉତ୍କଳ ମଣି ଗୋପବନ୍ଧୁଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳୀ

ପର ଉପକାର କରିବା ହିଁ ଉତ୍କଳ ମଣି ଗୋପବନ୍ଧୁଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳୀ

ଜଟଣୀ:(କାଞ୍ଚନଟିଭି/ଆଶୁତୋଷ ରାୟ) ସବୁ ସମୟରେ ପର ଉପକାର କରିବା ହିଁ ଉତ୍କଳ ମଣି ପଣ୍ଡିତ ଗୋପବନ୍ଧୁ ଦାସ ପ୍ରତି ହେବ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳୀ କାଲି ସ୍ଥାନୀୟ ଉତ୍କଳ ମଣି ପ୍ରାଥମିକ ବିଦ୍ୟାଳୟ ଛାତ୍ର ଛାତ୍ରୀ ମାନଙ୍କୁ ବକ୍ତାମାନେ କହିଛନ୍ତି । ଜଟଣୀ ବରିଷ୍ଠ ନାଗରିକ ସେବାସଙ୍ଘ ଓ ପ୍ରାଣନାଥ ପଟ୍ଟନାୟକ ଫାଉଣ୍ଡେସନ ଆନୁକୂଲ୍ୟରେ ସକାଳେ ସ୍ଥାନୀୟ ଗୋପବନ୍ଧୁ ପାର୍କ ଠାରେ ଉତ୍କଳ ମଣି ଗୋପବନ୍ଧୁ ଦାସଙ୍କ ୧୪୬ ତମ ଜୟନ୍ତୀ ପାଳନ ଅବସରରେ ବକ୍ତାମାନେ ଛାତ୍ର ଛାତ୍ରୀ ମାନଙ୍କୁ ପଣ୍ଡିତ ଗୋପବନ୍ଧୁ ଦାସଙ୍କ ତଥାଶପ୍ନିତ ଜୀବନାର୍ଦ୍ଧଶକୁ ଅନୁସରଣ କରିବା ପାଇଁ କରିଥିଲେ। ବରିଷ୍ଠ ନାଗରିକ ସେବା ସଙ୍ଘ ଓ ପ୍ରାଣନାଥ ପଟ୍ଟନାୟକ ଫାଉଣ୍ଡେସନ ସଭାପତି ବରିଷ୍ଠ ସାମ୍ବାଦିକ ଅବନୀ କୁମାର ରାଉତରାୟ ପୌର ହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ଅନୁଷ୍ଠାନର ସାଧାରଣ ସଂପାଦକ ଜବାହାର ଲାଲ ସୁବୁଦ୍ଧି , ଉପଦେଷ୍ଟା ବିମଳ ପ୍ରସାଦ ମହାନ୍ତି, ବରିଷ୍ଠ ଶିକ୍ଷକ ନେତା ତ୍ରିନାଥ ସାମନ୍ତରାୟ , ପୁର୍ବତନ ସରପଞ୍ଚ ଦିବାକର ମଙ୍ଗରାଜ, ବରିଷ୍ଠ ନାଗରିକ ସଂଗଠକ ରବୀନ୍ଦ୍ର ପ୍ରସାଦ ମିଶ୍ର, ଭକ୍ତ ବଂଧୁ ଚୌଧୁରୀ, ଅଧ୍ୟାପକ ବିଜୟ ପଣ୍ଡା, ଯୁବ ସଂଗଠକ ଅନନ୍ତ ସତପଥି , କିଶୋର ଚନ୍ଦ୍ର ପାଇକରାୟ, ବୈରାଗୀ ଚରଣ ଜେନା, ସୁଶାନ୍ତ କୁମାର ରାଉତ,ସମାଜସେବୀ ଆଦି ନାରାୟଣ ଖଣ୍ଡୁଆଳ, ଶ୍ରମିକ ନେତା ସାରଙ୍ଗ ଧର ବେହେରା, ମନମୋହନ ରାଉତରାୟ, ବରିଷ୍ଠ ସାମ୍ବାଦିକ ରବି ସ୍ବାଇଁ, ସମାଜସେବୀକା ସସ୍ମିତା ବଳିଆରସିଂହ , ଶିକ୍ଷୟତ୍ରୀ ଟୁଲୁ ଦେଇ, ଜୟଶ୍ରୀ ସାହୁ, ଜଗନ ମୋହନ ପଟ୍ଟନାୟକ, ଦଶିନ ଦାସ , କୃଷ୍ଣଚନ୍ଦ୍ର ମହାଭୋଇ, ପ୍ରମୁଖ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପ୍ରତି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ। ପ୍ରାରମ୍ଭରେ ଉତ୍କଳମଣିଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରାଯାଇଥିଲା। ଏହି ଉପଲକ୍ଷେ ଉତ୍କଳମଣି ଗୋପବନ୍ଧୁ ପ୍ରାଥମିକ ବିଦ୍ୟାଳୟ ଛାତ୍ର ଛାତ୍ରୀ ମାନଂକ ମଧ୍ୟରେ ଆୟୋଜିତ ପ୍ରବନ୍ଧ, ବକ୍ତୃତା, କୁଇନ ଓ ଚିତ୍ରାଙ୍କନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା ଶେଷରେ ଉପଦେଷ୍ଟା ତ୍ରିନାଥ ସାମନ୍ତରାୟ ଧନ୍ୟବାଦ୍ ଅର୍ପଣ କରିଥିଲେ।

Spread the love
CATEGORIES
TAGS
Share This

COMMENTS

Wordpress (0)
Disqus (0 )
error: Content is protected !!