ପରଉପକାରୀ ତଥା ଧର୍ମପରାୟଣ ମହିଳାଙ୍କ ବିୟୋଗରେ ସ୍ମୃତି ଚାରଣ ସଭା

ପରଉପକାରୀ ତଥା ଧର୍ମପରାୟଣ ମହିଳାଙ୍କ ବିୟୋଗରେ ସ୍ମୃତି ଚାରଣ ସଭା

କେନ୍ଦ୍ରାପଡ଼ା:(କାଞ୍ଚନ ଟିଭି/ଇପ୍ସିତା ନାୟକ) ବାହାକଣ୍ଡିଆ ସ୍ଥିତ ସ୍ୱର୍ଗତ ମୁରଲୀଧର ନାୟକଙ୍କ ସହଧର୍ମିଣୀ ରଜନୀ ନାୟକଙ୍କ ବିୟୋଗରେ ଏକ ସ୍ମୃତି ଚାରଣ ସଭା ବାହା କଣ୍ଡିଆ ଗ୍ରାମ ଠାରେ ଅନୁଷ୍ଠିତ ହୋଇଯାଇଛି । ରଜନୀ ଦେବୀଙ୍କ ବିୟୋଗରେ ବାହା କଣ୍ଡିଆ ଗ୍ରାମରେ ଅବସର ପ୍ରାପ୍ତ ପ୍ରାଧ୍ୟାପକ ଅଜୟ ସାମଲ , ବିଶିଷ୍ଟ ଆଇନ ଜିବି ବାମପନ୍ଥୀ ନେତା ରମଣୀ ରଂଜନ ରାଉତରାୟ, କେଦାର ନାଥ ସାମନ୍ତରାୟ , ବିକାଶ ଚନ୍ଦ୍ର ବେଉରା, କମରେଡ ସୀତାକାନ୍ତ ନାୟକ, ପ୍ରମୁଖ ଶୋକ ବାର୍ତ୍ତା ସହ ପରିବାରକୁ ସମବେଦନା ଜଣାଇଥିଲେ । ସେହିପରି ସଭାପତି ପ୍ରଧ୍ୟାପକ ଅଜୟ ସାମଲ ଓ ସେହି ଯାଗାରେ ଉପସ୍ଥିତ ଥିବା ଗ୍ରାମ ବାସି ଓ ମାନ୍ୟଗଣ୍ୟ ବ୍ୟକ୍ତିମାନେ ପ୍ରମୁଖ ସ୍ମୃତି ଚାରଣ ସହ ଆତ୍ମାର ସଦଗତି କାମନା କରିଥିଲେ । ଏହି ଅବସରରେ ବଡ ପୁଅ କୁମୋର ନାୟକ , ବଡ ବୋହୂ ଝୁନୁ ବାଳା ନାୟକ, ସାନ ପୁଅ ସମର ନାୟକ , ସାନ ବୋହୂ ମମତା ନାୟକ , ବଡ ନାତି ଅଲେଖ ନିରଞ୍ଜନ ନାୟକ, ବଡ ନାତୁଣୀ ଇପ୍ସିତା ନାୟକ, ସାନ ନାତି ଶୁଭମ ସ୍ୱାଇଁ, ସମୁଦୁଣି ରବଲି ସ୍ୱାଇଁ, ପରିବାର ସଦସ୍ୟ ଚିତ୍ତ ରଞ୍ଜନ ସ୍ବାଇଁ , ନିହାର ରଞ୍ଜନ ସ୍ବାଇଁ , ସମାଜସେବୀ ଜ୍ବାଇଁ ଆଦିକନ୍ଦ ରାଉଳ , ସାନ ଝିଅ ସ୍ମୃତିରେଖା ରାଉଳ , ବଡ଼ ଝିଅ ସୌଭାଗିନି ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ପ୍ରଧ୍ୟାପକ ଅଜୟ ସାମଲ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ଚିତ୍ତ ରଞ୍ଜନ ସ୍ବାଇଁ ସଭାରେ ଧନ୍ୟବାଦ୍ ଅର୍ପଣ କରି ସଭା ସମାପ୍ତ କରିଥିଲେ । ସୂଚନାଯୋଗ୍ୟ ଯେ, କେନ୍ଦ୍ରାପଡ଼ା ବାହା କଣ୍ଡିଆର ମୂଳ ବାସିନ୍ଦା ବେଳେ ୭୫ ବର୍ଷ ବୟସରେ ତାଙ୍କର ପରଲୋକ ଘଟିଛି । ସେ ଜଣେ ଅମାୟିକ, ପରୋଉପକାରୀ ସମାଜସେବୀ ଓ ଧର୍ମପରାୟଣ ବ୍ୟକ୍ତି ଭାବେ ପରିଚିତ ଥିଲେ । ତାଙ୍କ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।

Spread the love
CATEGORIES
TAGS
Share This

COMMENTS

Wordpress (0)
Disqus (0 )
error: Content is protected !!