ପ୍ରତିଶୃତି ପରେ ଧାରଣା ପ୍ରତ୍ୟାହ୍ରୁତ
ଟାଙ୍ଗି:((କାଞ୍ଚନଟିଭି ବ୍ୟୁରୋରିପୋର୍ଟ୍))- ଖୋର୍ଦ୍ଧା ଜିଲ୍ଲା ଟାଗିଂ ବ୍ଳକ ବୋଡଗଂରାପାଟଣା ପ୍ରାଥମିକ ବିଦ୍ୟାଳୟ ମୁଖ୍ୟ ଫାଟକରେ ଗତକାଲି ଠାରୁ ତାଲା ପକାଇଛନ୍ତି ଅଭିଭାବକ। ବଦଳି ହୋଇଥିବା ଶିକ୍ଷକ କିଶୋର କୁମାର ଦାଶଙ୍କ ପୁନଃ ନିଯୁକ୍ତି ଓ ବର୍ତ୍ତମାନ ପ୍ରଧାନ ଶିକ୍ଷୟିତ୍ରୀ ଦାୟିତ୍ବରେ ଥିବା ଶିକ୍ଷୟିତ୍ରୀ ପୁଷ୍ପଲତା ଶ୍ରୀଚନ୍ଦନଙ୍କୁ ଦାୟିତ୍ୱ ହସ୍ତାନ୍ତର ଦାବିରେ ବିଦ୍ୟାଳୟ ପରିଚାଳନା କମିଟି ଓ ଅଭିଭାବକ ବିଦ୍ୟାଳୟ ମୁଖ୍ୟ ଫାଟକରେ ତାଲା ପକାଇଛନ୍ତି। ଦାୟିତ୍ୱ ହସ୍ତାନ୍ତର ନହେବା ଫଳରେ ବିଦ୍ୟାଳୟ ର କୌଣସି ଉନ୍ନତିମୂଳକ କାର୍ୟ୍ୟ ହେଇପାରୁନାହିଁ। ବର୍ତମାନ ୫ ଟି ଶ୍ରେଣୀରେ ୯୦ ଜଣ ପିଲା ଶିକ୍ଷା ଲାଭ କରୁଥିବା ବେଳେ ୨ ଜଣ ଶିକ୍ଷକ ଅଛନ୍ତି।୨ ଜଣ ଶିକ୍ଷକରୁ ଜଣେ ଛୁଟିରେ ଅଛନ୍ତି।ମୁଖ୍ୟ ଫାଟକରେ ତାଲା ପକାଇବାରୁ ଛାତ୍ରଛାତ୍ରୀ ମାନେ ଅତି ଦୟନୀୟ ଅବସ୍ଥାରେ ଏକ ଗଛମୂଳେ ରାସ୍ତା କଡରେ ବସିବା ଦେଖିବାକୁ ମିଳିଛି।ଆଜି ଛାତ୍ରଛାତ୍ରୀଙ୍କ ବେସ୍ ଲାଇନ ପରୀକ୍ଷା ରୁ ବଂଚିତ ହୋଇଛନ୍ତି।ବ୍ଳକ ସହ ଶିକ୍ଷା ଅଧିକାରୀ ସାବିତ୍ରୀ ସାହୁ ଘଟଣାସ୍ଥଳରେ।
କରିପାରି ନଥିବା ବେଳେ ଗ୍ରାମବାସୀ ଅଟକ ରଖିଛନ୍ତି। ଦାବି ପୂରଣ ନହେଲେ ଅନିର୍ଦ୍ଦିଷ୍ଟ କାଳ ପର୍ୟ୍ୟନ୍ତ ବିଦ୍ୟାଳୟ ବନ୍ଦ ରଖିବେ ବୋଲି ଧାରଣକାରୀ ଚେତାବନୀ ଦେଇଛନ୍ତି। ନିରାକାରପୁର ପୋଲିସ ଉପସ୍ଥିତିରେ ଜିଲ୍ଲା ଶିକ୍ଷା ଅଧିକାରୀ ଆସନ୍ତା ଅକ୍ଟୋବର ୧୫ ସୁଧା ଦୁଇଟି ସମସ୍ୟା ର ସମାଧାନ ର ପ୍ରତିଶ୍ରୁତି ଦେବାପରେ ଏବିଓଙ୍କ ଠାରୁ ଲିଖିତ ପ୍ରତିଶୃତି ନେବା ପରେ ଧାରଣା ପ୍ରତ୍ୟାହ୍ରୁତ ହୋଇଥିଲା। ସୂଚନାଯୋଗ୍ୟ କି ପୂର୍ବରୁ ଧାରଣାକାରୀ ବିଦ୍ୟାଳୟ ର ଅସୁବିଧା ସଂପର୍କ ରେ ଜିଲ୍ଲାପାଳ, ଡିଇଓ, ବିଇଓ ଓ ବିଧାୟକଙ୍କୁ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା।