ବଢ଼ିବ ଭାରତୀୟ ବାୟୁସେନାର ଶକ୍ତି

ବଢ଼ିବ ଭାରତୀୟ ବାୟୁସେନାର ଶକ୍ତି

ଭାରତ ଫ୍ରାନ୍ସ ଠାରୁ ୧୧୪ ଟି ରାଫେଲ ଫାଇଟର ଜେଟ୍ କିଣିବାକ ପ୍ରସ୍ତୁତି ଆରମ୍ଭ କରିଛି। ଚଳିତ ମାସ ଶେଷରେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ ଭାରତ ଗସ୍ତରେ ଆସିବା ପୂର୍ବରୁ ଭାରତୀୟପ୍ରତିରକ୍ଷା ଅଧିଗ୍ରହଣ ପରିଷଦ(ଡିଏସି)୧୧୪ଟି ରାଫେଲ ଫାଇଟଲ ଜେଟ୍ କିଣିବା ପ୍ରସ୍ତାବକୁ ଅନୁମୋଦନ ଦେବାର ସମ୍ଭାବନା ରହିଛି। ବିଶେଷ ସୂତ୍ରରୁ ତଥ୍ୟ ନେଇ ଖବର ପ୍ରକାଶ କରିଛି ଜାତୀୟ ଗଣମାଧ୍ୟମ ଇଣ୍ଡିଆଟୁଡେ। ଅଧିକାରୀଙ୍କ ଅନୁଯାୟୀ,ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ଆଗାମୀ କିଛି ଦିନ ମଧ୍ୟରେ ଡିଏସି ବୈଠକ ବସିବ। ଏଥିରେ ବହୁ ବିଲିଅନ ଡଲାର ଗ୍ରାଣ୍ଟିଂ ଆକସେପ୍ଟାନ୍ସ ଅଫ୍ ନେସେସିଟିକୁ (ଏଓଏନ୍)କୁ ଅନୁମତି ପ୍ରଦାନ କରାଯିବ ବୋଲି ଅନୁମାନ କରାଯାଉଛି। ପ୍ରତିରକ୍ଷା ସଚିବଙ୍କ ଅଧ୍ୟକ୍ଷତାରେ ପ୍ରତିରକ୍ଷା କ୍ରୟ ବୋର୍ଡ ଗତ ମାସରେ ରାଫେଲ ଅଧିଗ୍ରହଣ ପ୍ରସ୍ତାବକୁ ମଞ୍ଜୁରୀ ଦେଇସାରିଛି। ତେଣୁ ରାଫେଲ କିଣିବାରପ୍ରକ୍ରିୟାକୁ ଏକପ୍ରକାର ସ୍ପଷ୍ଟ କରିଛି। ଯଦି ଡିଲ୍ ଫାଇନାଲ ହେଲା, ତେବେ ଲଢ଼ୁଆ ବିମାନ କିଣିବାରେ ଏହା ଭାରତର ସବୁଠାରୁ ବଡ଼ ଡିଲ୍ ହେବ। କାରଣ ଏଥିପାଇଁ ୩.୨୫ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଛି। ଏହି ଡିଲ୍ ଏପରି ସମୟରେ ହେଉଛି, ଯେଉଁ ସମୟରେ ଭାରତୀୟ ବାୟୁସେନା ଯୁଦ୍ଧ ବିମାନର ଘୋର ସଂକଟ ଦେଇ ଗତି କରୁଛି। ଭାରତୀୟ ସେନା ପାଖରେ ୪୨ଟି ଯୁଦ୍ଧ ବିମାନର କ୍ଷମତା ରହିଥିବା ବେଳେ ବର୍ତ୍ତମାନ ଏହା କେବଳ ୨୯ଟି ଫାଇଟର ସ୍କ୍ୱାର୍ଡନକୁ ଅପରେଟ କରୁଛି। ବର୍ତ୍ତମାନ ଭାରତର ପଶ୍ଚିମ ଓ ଉତ୍ତରପଟୁ ବିପଦ ରହିଛି। ଏପରି ସମୟରେ ଯଦି ଭାରତୀୟ ବାୟୁସେନା ଦୁର୍ଭଳ ରହିବ ତେବେ ସ୍ଥିତି ଭୟଙ୍କର ହେଇପାରେ। ତେବେ ଫ୍ରାନ୍ସ ଠାରୁ ରାଫେଲ କିଣିବା ପାଇଁ ଯେଉଁ ଡିଲ୍ ଯୋଜନା କରାଯାଇଛି ସେହି ଅନୁସାରେ ମାତ୍ର ୧୮ଟି ଏୟାରକ୍ରାପ୍ଟ ସିଧା ଫ୍ରାନ୍ସରୁ ଆସିବ, ବାକି ଯୁଦ୍ଧ ବିମାନ ଭାରତରେ ତିଆରି କରାଯିବ। ପାଖାପାଖି ୮୦ ପ୍ରତିଶତ ରାଫେଲ ବିମାନ ଭାରତରେ ତିଆରି ହେବ।ଆଉ ମେକ୍ ଇନ୍ ଇଣ୍ଡିଆ ଅଧୀନରେ ଏଥିରେ ୬୦ ପ୍ରତିଶତ ପର୍ଯ୍ୟନ୍ତ ସ୍ୱଦେଶୀ ସାମଗ୍ରୀ ଲାଗିପାରେ।

Spread the love
CATEGORIES
TAGS
Share This

COMMENTS

Wordpress (0)
Disqus ( )
error: Content is protected !!