ବନ୍ଧାହେଲେ ୩ ଅଭିଯୁକ୍ତ

ବନ୍ଧାହେଲେ ୩ ଅଭିଯୁକ୍ତ

ମାହାଙ୍ଗା:(କାଞ୍ଚନଟିଭି ବ୍ୟୁରୋରିପୋର୍ଟ)ମାହାଙ୍ଗା ଥାନା ଭଦ୍ରେଶ୍ୱର୍ ଫାଣ୍ଡି ନାହଂଗ ପଞ୍ଚାୟତରୁ ରବିବାର ବିଳମ୍ବିତ ରାତିରେ ପାଣି ପାଇପ୍ ଚୋରି ହୋଇଥିଲା । ଅଭିଯୋଗକୁ ଭିତ୍ତି କରି ଭଦ୍ରେଶ୍ୱର୍ ଫାଣ୍ଡି ଅଧିକାରୀ ପ୍ରିତିରଞ୍ଜନ ରାୟ ଅଞ୍ଚଳର ବିଭିନ୍ନ ସିସିଟିଭି କ୍ୟାମେରାକୁ ଯାଞ୍ଚ କରିଥିଲେ ।

ଯାଞ୍ଚରୁ ଜଣାପଡ଼ିଲା ପିକ୍ ଅପ୍ ଭ୍ୟାନରେ ଏହି ପାଇପ୍ ଚୋରା ଚାଲାଣ ହୋଇଛି । ଯାହାକୁ ନେଇ ଗାଡି ମାଲିକଙ୍କ ଘରେ ପୋଲିସ ପହଞ୍ଚି ବାରୁ ସବୁ ସତ ପଦାକୁ ଆସିଥିଲା । ଚୋରି ହୋଇଥିବା ପାଇପ୍ ସାଲେପୁର ସ୍ଥିତ ବାଲିଆ ନିକଟରୁ ଜବତ କରିବା ସହ ଘଟଣାରେ ସଂପୃକ୍ତ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ମାହାଙ୍ଗା ପୋଲିସ ।

Spread the love
CATEGORIES
TAGS
Share This

COMMENTS

Wordpress (0)
Disqus ( )
error: Content is protected !!