ବାଇକରେ ବାନ୍ଧି ଦୌଡ଼େଇବା ଘଟଣା:bike

ବାଇକରେ ବାନ୍ଧି ଦୌଡ଼େଇବା ଘଟଣା:bike

କଟକ:(ବ୍ୟୁରୋ ରିପୋର୍ଟ୍) ଯୁବକଙ୍କୁ ବାଇକରେ ବାନ୍ଧି ଦୌଡ଼େଇବା ଘଟଣାକୁ ନେଇ ସୂଚନା ଦେଇଛନ୍ତି ଡିସିପି ପିନାକ ମିଶ୍ର। ସେ କହିଛନ୍ତି, ଦୁଇ ଅଭିଯୁକ୍ତ ପରସ୍ପରକୁ ଜାଣିଛନ୍ତି। ପଇସା ଫେରସ୍ତକୁ ନେଇ ଏଭଳି କାଣ୍ଡ ଭିଆଇଛନ୍ତି ଅଭିଯୁକ୍ତ। ଉଭୟ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇ ଅଟକ ରଖାଯାଇଛି। ପୂର୍ବରୁ ସେଦୁହେଁ କୌଣସି ଅପରାଧରେ ଲିପ୍ତ ରହିଛନ୍ତି କି ନାହିଁ ତାହାର ତଦନ୍ତ ଚାଲିଛି |

ଉଭୟ ଅଭିଯୁକ୍ତ ଲାଲବାଗ ଅଞ୍ଚଳର ଅଟନ୍ତି। ଉକ୍ତ ଅଞ୍ଚଳର ସିସିଟିଭି ଯାଞ୍ଚ କରାଯାଉଛି। ଅଭିଯୁକ୍ତ ଏଭଳି କାଣ୍ଡ ଭିଆଇବା ସମୟରେ ଯଦି କୌଣସି ଟ୍ରାଫିକ ପୋଷ୍ଟ ଅତିକ୍ରମ କରିଥିବେ ଓ ଏହି ଘଟଣାକୁ ଯଦି ଟ୍ରାଫିକ ପୁଲିସ ଅଣଦେଖା କରିଥିବେ, ତେବେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଆଯିବ। ପୀଡ଼ିତକୁ ଖୋଜାଖୋଜି ଜାରି ରଖିଛୁ। କଣ୍ଟ୍ରୋଲ ରୁମରେ ଏପରି କୌଣସି ଦୃଶ୍ୟ ରେକର୍ଡ ହୋଇ ନାହିଁ। ବରିଷ୍ଠ ଅଧିକାରୀଙ୍କୁ ତଦନ୍ତ ନେଇ ଦାୟିତ୍ୱ ଦିଆଯାଇଛି।
ଉଲ୍ଲେଖଯୋଗ୍ୟ, ଉଧାର ଟଙ୍କା ଫେରସ୍ତ ନଦେବାରୁ କଟକ ସହରରେ ଜଣେ ଯୁବକଙ୍କୁ ଅନ୍ୟ ଦୁଇଜଣ ଯୁବକ ଅମାନୁଷିକ ଭାବେ ଦଣ୍ଡ ଦେଇଛନ୍ତି। ଯୁବକଙ୍କୁ ବାଇକ୍ ପଛରେ ବାନ୍ଧି ୨କିଲୋମିଟରରୁ ଅଧିକ ଦୂର ଦୌଡ଼ାଇବା ସହ ପ୍ରତିରୋଧ କରିବାକୁ ଆସୁଥିବା ଲୋକଙ୍କୁ ସେମାନେ ମାରଣାସ୍ତ୍ର ଦେଖାଇ ଭୟଭୀତ କରାଇଛନ୍ତି। ସହର ଭିତରେ ମିସନ୍ରୋଡ୍ ଅଞ୍ଚଳରେ ଅଧଘଣ୍ଟା ଧରି ଏଭଳି ବର୍ବରକାଣ୍ଡ ଚାଲିଥିଲେ ବି ପୁଲିସ ଜାଣି ନପାରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି। ଅପରପକ୍ଷେ, ଏହା ସହରର ଆଇନଶୃଙ୍ଖଳା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି। ଗଞ୍ଜେଇ କିଣିବାକୁ ନେଇଥିବା ଟଙ୍କା ଫେରସ୍ତ ନକରିବାରୁ ଯୁବକଙ୍କୁ ଏପରି ଅମାନବୀୟ ଭାବେ ଦଣ୍ଡିତ କରାଯାଇଥିବା କୁହାଯାଉଛି।

Spread the love
CATEGORIES
Share This

COMMENTS Wordpress (0) Disqus ( )

error: Content is protected !!