ବିଧାୟକ ଭାବରେ ଶପଥ ନେଇଛନ୍ତି ସୂର୍ଯ୍ୟବଂଶୀ ସୂରଜ

ବିଧାୟକ ଭାବରେ ଶପଥ ନେଇଛନ୍ତି ସୂର୍ଯ୍ୟବଂଶୀ ସୂରଜ

ଭୁବେନେଶ୍ଵର: ବିଧାନସଭାରେ ତାଙ୍କୁ ବାତସ୍ପତି ବିକ୍ରମ କେଶରୀ ଆରୁଖ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ଏହାପରେ ବାଚସ୍ପତିଙ୍କୁ ମୁଣ୍ଡିଆ ମାରି ଆଶୀର୍ବାଦ ନେଇଥିଲେ । ବିଧାନସଭା ପ୍ରବେଶ ପଥରେ ମୁଣ୍ଡିଆ ମାରି ଭିତରକୁ ଯାଇଥିଲେ ସୂର୍ଯ୍ୟବଂଶୀ ସୂରଜ । ବିଧାୟକ ଭାବରେ ଶପଥ ନେବା ପୂର୍ବରୁ ରାଜ୍ୟ ବିଜେପି କାର୍ଯ୍ୟାଳୟ ଯାଇଥିଲେ । ସେଠାରେ ରାଜ୍ୟ ବିଜେପି ସଭାପତିଙ୍କ ଉପସ୍ଥିତିରେ ସୂରଜଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

ମୁଁ ମୋ ବାପାଙ୍କର ବିଶାଳ ପରିବାରର ସେବା କରିବା ପାଇଁ ନିର୍ବାଚନ ମୈଦାନକୁ ଓହ୍ଲାଇଥିଲି। ନିର୍ବାଚନ ପ୍ରଚାରରେ ମୁଁ କେବଳ ଆପଣଙ୍କର ଆଶୀର୍ବାଦ ମାଗିଥିଲି। ଆଉ ଆପଣମାନେ ମୋ ବାପାଙ୍କୁ ଯେଉଁ ଭଲପାଇବା ଦେଇଥିଲେ, ତାଙ୍କ ଅବର୍ତ୍ତମାନରେ ମୋତେ ସେଇ ଭଲପାଇବା ଦେଇ ଆଶୀର୍ବାଦ କରିଛନ୍ତି। ଏ ବିଜୟ ମୋର ନୁହେଁ, ଏ ବିଜୟ ସମଗ୍ର ଧାମନଗରବାସୀଙ୍କର। ତେଣୁ ଧାମନଗରବାସୀଙ୍କୁ ମୋର କୃତଜ୍ଞତା ଜଣାଉଛି।’ ଏଥିସହିତ, ‘ମୁଁ ବିଧାୟକ ନୁହେଁ, ମୁଁ ଜଣେ ସେବକ’ ବୋଲି ସୂର୍ଯ୍ୟବଂଶୀ ନିଜ ପ୍ରତିକ୍ରିୟାରେ କହିଥିଲେ।

ଏହି କାର୍ଯ୍ୟକ୍ରମରେ ଭିଡିଓ କନଫରେନ୍ସିଂରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ରାଜ୍ୟ ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ, ସାଂସଦ ଜୁଏଲ୍‌ ଓରାମ୍‌, ବସନ୍ତ ପଣ୍ଡା, ସୁରେଶ ପୂଜାରୀ, ବରିଷ୍ଠ ବିଜେପି ନେତା କେ. ଭି. ସିଂହଦେଓ ପ୍ରମୁଖ ଯୋଡ଼ି ହୋଇ ସୂର୍ଯ୍ୟବଂଶୀ ସୂରଜଙ୍କୁ ଆଶୀର୍ବାଦ ଦେଇଥିଲେ । ବରିଷ୍ଠ ନେତାଙ୍କୁ କୃତଜ୍ଞତା ଜଣାଇଥିଲେ ସୂରଜ ।

Spread the love
CATEGORIES
Share This

COMMENTS Wordpress (0) Disqus ( )

error: Content is protected !!