ବେଲ ଗଛ କେଉଁଠି ଏବଂ କେଉଁ ସ୍ଥାନରେ ଲଗାଇବା ଦ୍ୱାରା ବାସ୍ତୁଦୋଷ ଦୂର ହେବା ସହିତ ଗୃହରେ ଧନର ବର୍ଷା ହୋଇଥାଏ।

ବେଲ ଗଛ କେଉଁଠି ଏବଂ କେଉଁ ସ୍ଥାନରେ ଲଗାଇବା ଦ୍ୱାରା ବାସ୍ତୁଦୋଷ ଦୂର ହେବା ସହିତ ଗୃହରେ ଧନର ବର୍ଷା ହୋଇଥାଏ।

ଭୁବନେଶ୍ଵର:(କାଞ୍ଚନ ଟିଭି/ଅଭିଷେକ ଦାଶ) ବେଲ ଗଛ ଗୋଟେ ଏମିତି ଗଛ ଯିଏକି ସମସ୍ତ ସଂସାରରେ ଦୁର୍ଲଭ ଗଛ ଅଟେ। ତାର ଦିବ୍ୟତା ତାର ଦୁର୍ଲ୍ଭତା ତାର ଔଷଧୀୟ ଗୁଣ ଏବଂ କ୍ଷମତା ପାଇଁ ସମସ୍ତ ଦେବା ଦେବୀ ଏବଂ ସମସ୍ତ ମନୁଷ୍ୟ ଜାତିର ପ୍ରିୟ। ଏବଂ ଆଦରଣୀୟ ହୋଇଥାଏ। ପୁରାଣ ଶାସ୍ତ୍ର ମତରେ ବେଲ ଗଛର ସୃଷ୍ଟି ମାତା ଲକ୍ଷ୍ମୀଙ୍କର ଅଂଶରୁ ହୋଇଛି ବୋଲି କୁହାଯାଏ। ଯାହାକି ଆପଣ ମାନେ ଅଧିକ ବହୁତ ଜାଣିଥିବେ। ଏବେ ଆସନ୍ତୁ ଜାଣିବା ସମ୍ପୂର୍ଣ ବିଷୟବସ୍ତୁ।

ବେଲ ଗଛରେ ସାକ୍ଷତ ଭଗବାନ ଶିବ ଏବଂ ଶିବଙ୍କର ଶକ୍ତି ବାସ କରନ୍ତି। ବେଲ ପତ୍ରର ତ୍ରିଶାଖାରେ ସ୍ୱୟଂ ତ୍ରିଦେବ ବାସ କରିଥାନ୍ତି ବା ବ୍ରହ୍ମା,ବିଷ୍ଣୁ ମହେଶ୍ୱର ବାସ କରିଥାନ୍ତି। ତେଣୁ ପ୍ରତିଦିନ ବେଲ ଗଛରେ ଗାଧୋଇ ସାରିବା ପରେ ଜଳ ଅର୍ପଣ କରିବା ଦ୍ୱାରା କୋଟି ପୁଣ୍ୟ ମିଳିଥାଏ। ଭଗବାନ ଶିବଶଙ୍କରଙ୍କ ସହିତ ମା ଲକ୍ଷ୍ମୀ ମଧ୍ୟ ବହୁତ ପ୍ରସନ୍ନ ହୋଇଥାନ୍ତି। ଯାହା ଫଳରେ କି ସେହି ମନୁଷ୍ୟ ସମସ୍ତ ପ୍ରାଣୀକୁ ବସ କରିବା ଶକ୍ତି ଲାଭ କରିଥାଏ।ଏବଂ ଚାକିରୀ ତଥା ବ୍ୟବସାୟରେ ସଫଳତା ଲାଭ କରିଥାଏ।ତାହା ସହିତ ଧନବାନ ହେବାରୁ ମଧ୍ୟ କେହି ରୋକି ପାରିବେ ନାହିଁ। ଅମାପ ଧନର ଅଧିକାରି ହୋଇଥାନ୍ତି।
ବେଲ ପତ୍ର ହେଉଛି ଶିବ ସମସ୍ତ ଦେବା ଦେବୀଙ୍କର ବହୁତ ପ୍ରିୟ ହୋଇଥାଏ।ଯାହାକି ସୁଖୀ ଯାଏ କିନ୍ତୁ କେବେବି ବାସୀ ହୋଇନଥା। ଏହି ବେଲ ପତ୍ରରେ ଚନ୍ଦନର ଲେପ ଲଗାଇ ଭଗବାନ ଶିବ ତଥା ଦେବୀଙ୍କୁ ଅର୍ପଣ କରିବା ଦ୍ୱାରା ମନୁଷ୍ୟର ସମସ୍ତ ମନସ୍କାମନା ପୁର୍ଣ ହୋଇଥାଏ।

ବେଲ ପତ୍ରର କାଠିକୁ ଚନ୍ଦନ ଭଳି ଘୋରି ଶିବ ତଥା ଦେବୀଙ୍କୁ ଟୀକା ଲଗାଇଲେ କୋଟି କୋଟି ପୁଣ୍ୟ ପ୍ରାପ୍ତି ହୋଇଥାଏ। ଏହା ସହିତ ମନୁଷ୍ୟ ଏହା ବେଲ କାଠିର ଘରାକୁ ନିଜ ମସ୍ତକରେ ଲଗାଇଲେ ସମସ୍ତ ପ୍ରାଣୀଙ୍କୁ ନିଜ ବସରେ କରିପାରିବେ ନିଜର ଦିବ୍ୟ ଚେତନା ଜାଗ୍ରତ ହୋଇଥାଏ ଏବଂ ଅଲୌକିକ ଶକ୍ତିର ସ୍ଥିତି ଅନୁଭବ କରିପାରେ।ଏବଂ ସମସ୍ତ ସଂସାରରେ ବିଜୟୀ ମଧ୍ୟ ହୋଇଥାଏ।
ସୋମବାର ଦିନ କିମ୍ବା ଚତୁର୍ଦୋଷୀ ଦିନ ବେଲ ଗଛ ମୂଳରେ ଫୁଲ ଫଳ ଦୀପ ଓ ପଣା ଏହିସବୁ ଅର୍ପଣ କରି ସେହି ବେଲ ଗଛର ଚେରକୁ ଆଣି ଏକ ଲାଲ ସୂତାରେ ଗୋଡ଼ାଇ ନିଜ ଶରୀରରେ ଧାରଣ କଲେ ଶରୀର ଉପରେ କୌଣସି ବାହାରର ନକାରାତ୍ମକ ଶକ୍ତି ତଥା ଦୃଷ୍ଟ ଶକ୍ତିକୁ ପ୍ରବେଶ କରିବାକୁ ଦିଏନାହିଁ। ଏବଂ ଶରୀରରେ ଥିବା ନାକାରାତ୍ମକତା ତଥା ଦୃଷ୍ଟ ଶକ୍ତିକୁ ଏବଂ ନଜର ଦୋଷ ଏବଂ ତନ୍ତ୍ର ମନ୍ତ୍ର ଶକ୍ତିକୁ ଶରୀରରୁ ବାହାର କରିଦେଇଥାଏ ବା ତୋଡି ଦେଇଥାଏ ଏବଂ ଯେଉଁ ମନୁଷ୍ୟର ବିବାହ ହୋଇପାରୁ ନଥାଏ ଅବା ସନ୍ତାନ ହେଉନଥାଏ ଏହି ବେଲ ଗଛର ଚେର ଧାରଣ କରିବା ଦ୍ୱାରା ଏବଂ ସବୁଦିନ ବେଲ ଗଛକୁ ପୂଜା କରିବା ଦ୍ୱାରା ଖୁବଶୀଘ୍ର ବିବାହ ହୋଇଥାଏ ଏବଂ ସନ୍ତାନ ହେଉନଥିବା ମନୁଷ୍ୟର ସନ୍ତାନ ପ୍ରାପ୍ତି ମଧ୍ୟ ହୋଇଥାଏ

ଯେଉଁ ବ୍ୟକ୍ତି ଶିବ ତଥା ଦେବୀଙ୍କର ଆରୋଧନା କରୁଥାନ୍ତି ଏବଂ ସେମାନେ ଯଦି ବେଲ ଗଛର ମୂଳରେ ବସି ଶିବ ତଥା ଦେବୀଙ୍କର ମନ୍ତ୍ର ଜପ କରନ୍ତି ତେବେ ଖୁବଶୀଘ୍ର ସେମାନଙ୍କର ସାଧନା ପୁର୍ଣ ହୋଇଥାଏ ଏବଂ ସମସ୍ତ ମନସ୍କାମନା ମଧ୍ୟ ପୁର୍ଣ ହୋଇଥାଏ

ସାଧାରଣତଃ ଘରର ଚାରିପାଖରେ ବଡ଼ ବଡ଼ ଗଛ ରହିବା ଅଶୁଭ ହୋଇଥାଏ ଏବଂ ସେହିସବୁ ଗଛର ଛାଇ ଘରେ ପଡିବା ଦ୍ୱାରା ବାସ୍ତୁଦୋଷ ଉତ୍ପନ ହୋଇଥାଏ। ମାତ୍ର ବେଲ ଗଛ ଏହା ଏମିତି ଏକ ଦିବ୍ୟ ଗଛ ଯାହାକି ଘରର ଚତୁର୍ପାର୍ଶ୍ଵରେ ଯେକୌଣସି ସ୍ଥାନରେ ଏହା ରହିଲେ ଶୁଭ ହୋଇଥାଏ ଏବଂ ଏହି ବେଲ ଗଛର ଛାଇ ପଡିବା ଦ୍ୱାରା ଘରେ ବାସ୍ତୁଦୋଷ ଦୂର ହୋଇଥାଏ ଏବଂ ଘରର ନାକାରାତ୍ମକତା ଦୂର ହୋଇଥାଏ।
ଏହା ହେଉଛି ଗୁରୁତ୍ୱପୂର୍ଣ୍ଣ ବିଷୟ। ବେଲ ଗଛ ଘରର କେଉଁ ଦିଗରେ ରହିଲେ କଣ ସବୁ ହୋଇଥାଏ। ଯଦି ବେଲ ଗଛ ଉତ୍ତର କିମ୍ବା ଉତ୍ତର ପୂର୍ବ ଦିଗରେ ରହିଲେ ଘରେ ଧନ ବା ଅର୍ଥର ଅଭାବ ରହେନାହିଁ ଏବଂ ଅଭାବ ଥିଲେ ଧନର ଆଗମନର ବାଟ ଖୋଲିଯାଇଥାଏ। ଘରର ପୂର୍ବ ଦିଗରେ ବେଲ ଗଛ ରହିଲେ ଘରେ ଶାନ୍ତି ବଯାୟୀ ରହିଥାଏ। ଘରର ପଶ୍ଚିମ ଦିଗରେ ବେଲ ଗଛ ରହିଲେ ସୁସନ୍ତାନ ପ୍ରାପ୍ତି ହୋଇଥାଏ ଏବଂ ଘରର ଦକ୍ଷିଣ ଦିଗରେ ବେଲ ଗଛ ରହିଲେ ଦୁର୍ଘଟଣା ଜନିତ ସମସ୍ୟା ଦୂର ହୋଇଥାଏ। ବନ୍ଧୁଗଣ ଯଦି ଆପଣଙ୍କ ଘରେ ବେଲ ଗଛ ନଥାଏ ତେବେ ଯେକୌଣସି ଦିନ ଯେକୌଣସି ତିଥିରେ ବେଲ ଗଛକୁ ଆଣି ଘରେ ଲଗାଇ ପାରିବେ। ଏବଂ ପୂଜା ମଧ୍ୟ କରିପାରିବେ। ବେଲ ପତ୍ରରେ ବହୁତ ଭିଟାମିନ ଏବଂ ପୋଷକ ତତ୍ୱ ଔଷଧିତ ଗୁଣ ଥାଏ। ଏହି ବେଲ ପତ୍ର ପ୍ରତ୍ୟକ ଦିନ ସେବନ କଲେ ଶରୀରରେ ବଳ ଏବଂ ସୌନ୍ଦର୍ଯ୍ୟ ବୃଦ୍ଧି ପାଇଥାଏ। ତଥା ଗ୍ୟାସ ଝାଡା ଏବଂ ଜ୍ଵର ଇତ୍ୟାଦି ସମସ୍ତ ରୋଗ ଦୂର ହୋଇଥାଏ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।
Report by
Advocate Abhishek Dash , Bhubaneswar
ମୋ:8144155237

Spread the love
CATEGORIES
TAGS
Share This

COMMENTS

Wordpress (0)
Disqus ( )
error: Content is protected !!