ମହାଳୟା କଣ?
ଭାରତର ଏକ ଧର୍ମ ଭିତ୍ତିକ ପର୍ବ। ଏହା ହିନ୍ଦୁ ମାନଙ୍କ ଦ୍ଵାରା ପିତୃପୁରଷଙ୍କ ସନ୍ତୁଷ୍ଟି ପାଇଁ ଶ୍ରାଦ୍ଧ କର୍ମ। ପିତୃ ଗଣଙ୍କ ଉଦ୍ଦେଶ୍ୟରେ ଦାନ ଓ ଉସର୍ଗ ଆଦିପାଳନ କରାଯାଉଥିବାରୁ ଏହାକୁ “ପିତୃପର୍ବ” ମଧ୍ୟ କୁହାଯାଏ ।
ଆଶିନ୍ୟ ଅମାବାସ୍ୟାକୁ ମହାଳୟା ଅମାବାସ୍ୟା କୁହାଯାଏ। ଏହା ପିତୃ ଲୋକଙ୍କର ଉଦ୍ଦେଶ୍ୟରେ ଅର୍ପଣ ହୋଇଛି। ମହାଳୟା ପିତୃ ପକ୍ଷ ପରି ସମାପ୍ତି ହୋଇଥାଏ। ଆଶିନ୍ୟ ମାସ କୃଷ୍ଣପକ୍ଷ ପ୍ରତିପାଦ ଠାରୁ ଆଶିନ୍ୟ ଅମାବାସ୍ୟା ପର୍ଯ୍ୟନ୍ତ ପିତୃପକ୍ଷ ରୂପେ ଗଣନା କରାଯାଏ। ଏହି ପକ୍ଷରେ ପିତୃ ଲୋକଙ୍କୁ ଶ୍ରାଦ୍ଧ ଦିଆଯାଏ ।ପିତୃ ପରିଜନ ଆତ୍ମୀୟୀଙ୍କ ପରଲୋକ ହୋଇଥିଲେ ତାର ଏକ ବର୍ଷରେ ଶ୍ରାଦ୍ଧ ଦିଆଯାଇ ଥାଏ। ଏହା ପିତୃ ଲୋକଙ୍କର ଗୋଟିଏ ଦିନ ହୋଇଥାଏ । ଯେଉଁ ତିଥିରେ ଶ୍ରାଦ୍ଧ ଦିଆଯାଇ ଥାଏ। ଯଦି ଶ୍ରାଦ୍ଧ ନ ଦିଆଯାଏ ସେମାନେ ଉପବାସ ରହିଥାନ୍ତି। ଆଶିନ୍ୟ ମାସ ପ୍ରତିପାଦ ଠାରୁ ପିତୃ ଲୋକମାନେ ମର୍ତ୍ତ୍ୟ ଲୋକକୁ ଭ୍ରମଣ କରିବାକୁ ଆସି ଥାଆନ୍ତି। ପିତୃ ଲୋକ ମାନେ ନିଜର ବଂଶ, ନାତି, ପୁଅ, ସମ୍ପର୍କୀୟ କୁଟୁମ୍ବ ଆଦି ଙ୍କୁ ଆଶ୍ରିବାଦ ତଥା ସମସ୍ତଙ୍କ ମଙ୍ଗଳ କାମନା କରିଥାଆନ୍ତି। ଶ୍ରାଦ୍ଧ ପାଇଲା ପରେ ସେମାନେ ତୃପ୍ତି ହୁଅନ୍ତି। ଏବଂ ପିତୃ ଲୋକଠାରୁ ବୈକୁଣ୍ଠ ଲୋକକୁ ଗମନ କରିଥାଆନ୍ତି । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ପିତୃ ଲୋକମାନେ ଆଶିନ୍ୟ ମାସ ଚନ୍ଦ୍ରରାଣ ତିଥିରେ ପୃଥିବୀର ନିକଟବର୍ତି ହୋଇଥାଆନ୍ତି। ଏବଂ ନିଜ ବଂଶ ସମ୍ପର୍କୀୟ ଙ୍କୁ ଆଶ୍ରିବାଦ କରିଥାଆନ୍ତି।ମହାଭାରତ ଅନୁଶାସନ ପର୍ବରେ ଯୁଧିଷ୍ଟିର ଙ୍କୁ ପିତାମହ ଭୀଷ୍ମ ଶ୍ରାଦ୍ଧର ମହତ୍ତ୍ଵ ପ୍ରକ୍ରିୟା ସମ୍ପର୍କରେ ଜ୍ଞାନ ପ୍ରଦାନ କରିଥିଲେ। ମହାଋଷି ଆଟ୍ରି ୠଷି ମୁନି ମାନଙ୍କୁ ଶ୍ରାଦ୍ଧର ବିଧି ବିଧାନ ସମ୍ପର୍କରେ ଜ୍ଞାନ ପ୍ରଦାନ କରିଥିଲେ। ପରେ ଏହା ଜନ ସାଧାରଣ ମଧ୍ୟରେ ଶ୍ରାଦ୍ଧର ମହତ୍ତ୍ଵ ବିକାଶ ହୋଇଥିଲା। ଏବଂ ତାପରେ ଶ୍ରାଦ୍ଧର ବିଧାନ ପ୍ରଚଳିତ ହେଲା। ମହାଳୟା ପିତୃ ପକ୍ଷରେ ପିତୃ ପୁରୁଷ ତୃପ୍ତି ହୁଅନ୍ତି। ଏବଂ ପିତୃ ଲୋକରୁ ବୈକୁଣ୍ଠ ପ୍ରାପ୍ତି ପାଆନ୍ତି। ଶ୍ରାଦ୍ଧ କରିବା କରିବା ଦ୍ଵାରା ମଣିଷର ଆୟୁ ବୃଦ୍ଧି ହୋଇଥାଏ। ପିତୃ ପୁରୁଷ ମନୁଷ୍ୟ ବଂଶ ବିସ୍ତାର କରିବାର ଆଶ୍ରିବାଦ ଦେଇଥାଆନ୍ତି। ପରିବାର ଧନ, ଜନ , ଲକ୍ଷ୍ମୀ, ସମ୍ପତିରେ ପୂର୍ଣ୍ଣ ହୋଇଥାଏ। ଅଗ୍ନିରେ ଆହୁତି ଦେବା ଦ୍ଵାରା ଦେବ ଲୋକସ୍ଥିତ ପିତୃଗଣ ତୃପ୍ତି ହୁଅନ୍ତି ।ଭୂମିରେ ପିଣ୍ଡ ଦାନ କଲେ ନର୍କ ସ୍ଥିତ ପିତୃଗଣ ତୃପ୍ତି ହୋଇଥାଆନ୍ତି। ପିତ୍ରୁ ଲୋକଙ୍କ ଆତ୍ମାର ସଦଗତି ପାଇଁ ଶ୍ରାଦ୍ଧ ଦିଆଯାଏ। ଜଳ ଅର୍ପଣ ଦ୍ଵାରା ପିତୃ ଲୋକ ଜଳ ପାଆନ୍ତି ଏବଂ ସେହି ଜଳରୁ ତାଙ୍କୁ ତୃପ୍ତି ମିଳିଥାଏ ଏବଂ ବୈକୁଣ୍ଠ ପ୍ରାପ୍ତି ହୋଇଥାଏ