ମୋ କଟକ ସୁରକ୍ଷା ମଞ୍ଚର ତୃତୀୟ ସ୍ଵନକ୍ଷତ୍ର ଉତ୍ସବ ।
କଟକ:(ବ୍ୟୁରୋ ରିପୋର୍ଟ୍) ସହରର ଉନ୍ନତି ନିମନ୍ତେ ସଦା ସର୍ବଦା ଲଢ଼େଇ ଜାରି ରଖିଥିବା ସାମାଜିକ ଅନୁଷ୍ଠାନ ମୋ କଟକ ସୁରକ୍ଷା ମଞ୍ଚର ତୃତୀୟ ସ୍ଵନକ୍ଷତ୍ର ଉତ୍ସବ କଟକ ଟାଉନ ହଲ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ତଥା ପୂର୍ବତନ ସାଂସଦ ତ୍ରିଲୋଚନ କାନୁନଗୋ, ସଂଗଠନର ମୁଖ୍ୟ ଉପଦେଷ୍ଟା ଚୌଧୁରୀ ପ୍ରଭାତ କେଶରୀ ମିଶ୍ର, ଉପଦେଷ୍ଠା କ୍ଷୀରୋଦ କୁମାର ସାହୁ,ଦେବ କୁମାର ନାଥ, ଓଡିଶା ସୂଚନା ଅଧିକାର ଅଭିଯାନ ଆବାହକ ପ୍ରଦୀପ ପ୍ରଧାନ, ଯୁବ ସମାଜସେବୀ ଲୋକନାଥ ଲେଙ୍କା, ସମୀକ୍ଷା ଖବର କାଗଜର ସମ୍ପାଦକ ଡଃ ମହେଶ୍ୱର ପ୍ରମୁଖ ଯୋଗ ଦେଇ ପ୍ରଦ୍ଵିପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମଟିକୁ ଉଦଘାଟନ କରିଥିଲେ । ହଜାର ବର୍ଷର କଟକ ସହରରେ ଅନେକ କୀର୍ତ୍ତିରାଜ, ପରମ୍ପରା,ସଂସ୍କୃତିର ସ୍ମୃତି ବହନ କରି ଆସୁଥିବାରୁ କଟକ ତାହାର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଥିଲା ।
ହେଲେ ଧୀରେ ଧୀରେ ସହର ପ୍ରତି ବୈମାତୃକ ମନୋଭାବ ପୋଷଣ କରାଯାଉଛି । ଯାହାପାଇଁ ସହର ବର୍ତ୍ତମାନ ତାହାର ଅତୀତର ଗୌରବମୟ ଗାରୀମାକୁ ହରାଇବାକୁ ବସିଲାଣି । ଏଥିପ୍ରତି ସତର୍କ ଦୃଷ୍ଟି ଦେବାର ଆବଶ୍ୟକତା ରହିଛି ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ସୁନାମଧନ୍ୟ କଣ୍ଠ ଶିଳ୍ପୀ ତଥା ବିଶିଷ୍ଟ ମଞ୍ଚ ସଂଚାଳକ କୁମାର ଜାନୁ ଅତିଥି ପରିଚୟ ପ୍ରଦାନ ଓ ମଞ୍ଚ ପରିଚାଳନା କରିଥିଲେ । ଏହି ଅବସରରେ ଅନୁଷ୍ଠାନ ପକ୍ଷରୁ ପୂର୍ବତନ ସାଂସଦ ଶ୍ରୀଯୁକ୍ତ କାନୁନଗୋଙ୍କୁ ସର୍ବଶ୍ରେଷ୍ଠ ନାଗରିକ ବାରବାଟି ସମ୍ମାନ-୨୦୨୨ରେ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ କଟକ ସହରର ଉନ୍ନତି ନିମନ୍ତେ ସଦା ସର୍ବଦା ଲଢ଼େଇ ଜାରି ରଖିଥିବା ସମାଜସେବୀ, ସାମାଜିକ ସଂଘଟନ ଓ ସାମ୍ବାଦିକମାନଙ୍କୁ ବାରବାଟି କଟକ ସମ୍ମାନ – ୨୦୨୨ ରେ ସମ୍ବର୍ଦ୍ଧିତ କରାଯାଇଥିଲା ।ଐତିହାସିକ ବାଲିଯାତ୍ରାରେ ସର୍ବାଧିକ କାଗଜଡ଼ଙ୍ଗା ତିଆରି କରି କଟକ ମହାନଗର ନିଗମ ଗିନିଜ ବୁକ୍ ଅଫ ଓ୍ଵାର୍ଲ୍ଡ ରେକର୍ଡ ସ୍ଥାନିତ କରାଇବାରେ ସର୍ବାଧିକ କାଗଜଡ଼ଙ୍ଗା ତିଆରି କରିଥିବା କ୍ରେମ୍ବିଜ ସ୍କୁଲର ୭ମ ଶ୍ରେଣୀ ଛାତ୍ରୀ ଜ୍ୟୋତିକ୍ଷା ସାହୁ ପ୍ରମୂଖ ଅଂଶ ଗ୍ରହଣ କରିଥିବା ଯୋଗୁଁ ସମ୍ଭର୍ଦ୍ଧିତ କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ ବହୁ ସୁନାମଧନ୍ୟ ବ୍ୟକ୍ତିମାନେ ଯୋଗଦେଇଥିବା ବେଳେ ଅନୁଷ୍ଠାନର ସମ୍ପାଦକ ଜିତେନ୍ଦ୍ର କୁମାର ସାହୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।ଆଜି କାର୍ଯ୍ୟକ୍ରମରେ ଡଃ ବ୍ୟୋମକେଶ କାନୁନଗୋ, ବିଶ୍ଵଜିତ ରାୟ,ରାକେଶ କୁମାର ମଲ୍ଲିକ,ଅଭୟ ଗୌରବ ସାହୁ,ଅମୟ ଗୌରବ ସାହୁ,ହିମାଂଶୁ କିରଣ ସାହୁ,ସୁଭେନ୍ଦୁ ସେନଗୁପ୍ତା,ଅମିତ କୂମାର ପାତ୍ର,ବନ୍ଧନ ବେହେରା, ସୁଶ୍ମିତା ବେଉରା ,ରଶ୍ମିତା ସାହୁ,ସୁଶ୍ରୀ ଜ୍ୟୋତିକ୍ଷା ସାହୁ ପ୍ରମୁଖ ଉପସ୍ଥିତ ଥିଲେ।