ମୋବାଇଲ୍ ଲୁଟେରାଙ୍କ ଉତ୍ପାତ
ଭୁବନେଶ୍ବର:(କାଞ୍ଚନଟିଭି) ପାର୍ବଣ ଅବସରରେ ରାଜଧାନୀରେ ଲୁଟେରାମାନେ ବହୁମାତ୍ରାରେ ସକ୍ରିୟ ହୋଇପଡ଼ିଛନ୍ତି। ଗତ କିଛି ଦିନ ହେଲା ସହର ଓ ଉପକଣ୍ଠରେ ଚୋରି, ଛିନ୍ତାଇ ବଢ଼ିବାରେ ଲାଗିଛି। ଗତକାଲି ଇନ୍ଫୋସିଟି ଥାନା ଅଞ୍ଚଳରେ ଲୁଟେରାମାନଙ୍କ ଉତ୍ପାତକୁ ନେଇ ବିଭିନ୍ନ ମହଲରୁ ଉଦ୍ବେଗ ପ୍ରକାଶ ପାଇଛି।
ଏକ ଘରୋଇ ହସ୍ପିଟାଲରେ କାମ କରୁଥିବା ଜଣେ ନର୍ସଙ୍କ ହାତରୁ ମୋବାଇଲ୍ ଛଡ଼ାଇବାକୁ ଯାଇ ଲୁଟେରାମାନେ ତାଙ୍କ ମୁହଁକୁ ମୁଥ ମାରିବା ସହିତ ଚୁଟି ଟାଣି ରାସ୍ତାରେ ଘୋଷାଡ଼ି ପକାଇଛନ୍ତି। ଏହା ପରେ ତାଙ୍କ ମୋବାଇଲ୍ ଝାମ୍ପି ନେଇ ଫେରାର୍ ହୋଇଯାଇଛନ୍ତି।
CATEGORIES ଅପରାଧ