ଯୁବତୀକୁ ଅପ‌ହରଣ ଓ ହତ୍ୟା

ଯୁବତୀକୁ ଅପ‌ହରଣ ଓ ହତ୍ୟା

କେନ୍ଦାପଡା:(ଅନୁସନ୍ଧାନ କାରୀ ସାମ୍ବାଦିକା/ ଇପ୍ସିତା ନାୟକ) କେନ୍ଦାପଡା ଜିଲ୍ଲା ଡେରାବିଶ ଥାନା ଅଧୀନ ଅବଙ୍ଗା ମଲ୍ଲିକେଶରପୁର ଅଞ୍ଚଳର ଯୁବତୀ ଘରୁ କୋଚିଂ ନେବାକୁ କେନ୍ଦ୍ରାପଡ଼ା ଯାଇଥିବା ବେଳେ ଘରକୁ ଫେରିବା ବିଳମ୍ବିତ ହେବାରୁ ତାଙ୍କର ପରିବାର ଖୋଜାଖୋଜି କରିଥିଲେ ଏବଂ କିଛି ସନ୍ଧାନ ନମିଳିବାରୁ ଆନାରେ ଏତଲା ଦେଲେ। ଏତଲା ଦେବାର ୨୪ ଘଣ୍ଟା

ପରେ ଯୁବତୀର ମୃତ ଦେହ ସନ୍ଦେହ ଜନକ ଭାବେ ଉଦ୍ଧାର କରାଯାଇଛି। ଯୁବତୀଙ୍କୁ ଅପହରଣ କରି ହତ୍ୟା କରାଯାଇଥିବା ତାଙ୍କ ପରିବାରର ଲୋକମାନେ ଅଭିଯୋଗ ଆଣିଛନ୍ତି । ମୃତ ଯୁବତୀ ହର ପ୍ରସାଦ ସାମଲଙ୍କ ବଡ ଝିଅ ସ୍ୱାତୀ ସୂରୂପା ସାମଲ (୨୧)ବୋଲି ଯଣା ପଡ଼ିଛି। ସ୍ୱାତୀ ଜଣେ ମେଧାବୀ ଛାତ୍ରୀ ଥିବାବେଳେ ସବୁଦିନ ପରି ସକାଳ ୮ଟା ବେଳେ

କୋଚିଂ ସେଣ୍ଟର ଯାଇ ଆଉ ଘରକୁ ନଫେରିବା ଏହା ସହ ମୋବାଇଲ ସୁଇଜ ଅଫ ଦେଖାଇବାକୁ ନେଇ ଡେରାବିଶ ଥାନାରେ ନିଖୋଜ ଏତଲା ହରପ୍ରସାଦ ଡାଏର କରିଛନ୍ତି । ଅପରାହ୍ନ ୫ଟା ବେଳେ ମାର୍ଶାଘାଇ ଥାନା ଅଧାନ କୁସୁନପୁର ନିକଟସ୍ତୁ । ଲୁଣା ନଦୀ ରେ ତାଙ୍କ ଝିଅ ଭାସୁଥିବାର । ଦେଖୁବାକୁ ମିଳିଥିଲା । ସେମାନେ ଏ ସମ୍ପର୍କରେ ଖବର ପାଇ ମୃତଦେହ । ତାଙ୍କ ଝିଅର ବୋଲି ଚିହ୍ନଟ କରିଥିଲେ। ଝିଅକୁ ଅପହରଣ କରି ନେଇ ହତ୍ୟା କରି କେହି ଫିଙ୍ଗି ଦେଇଥିବା ସେ ସନ୍ଦେହ କରୁଛନ୍ତି । ମାର୍ଶାଘାଇ ଆଇଆଇସି ତପନ ନାୟକ କହିଛନ୍ତି ମୃତ ଯୁବତୀ ବ୍ୟବହାର କରୁଥିବା ମୋବାଇଲ ନମ୍ବର ର ସିଡିଆର ମଗାଯିବ ତା ସହିତ ସେ ସର୍ବାଧ‌ିକ କେଉଁ ମାନଙ୍କ ସହ ଯୋଗାଯୋଗରେ ଥିଲେ ତାର ଅନୁଧ୍ୟାନ କରାଯିବ ।

Spread the love
CATEGORIES
TAGS
Share This

COMMENTS

Wordpress (0)
Disqus ( )
error: Content is protected !!