ରାଜ୍ୟରେ କାର୍ଯ୍ୟରତ ସାମ୍ବାଦିକଙ୍କ ସ୍ୱାସ୍ଥ୍ୟ ବୀମା ଆବେଦନ ପାଇଁ ଲୋକାର୍ପିତ ହୋଇଛି ନୂଆ ପୋର୍ଟାଲ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପୋର୍ଟାଲର ଭର୍ଚୁଆଲରେ ଉଦଘାଟନ କରିଛନ୍ତି।

ରାଜ୍ୟରେ କାର୍ଯ୍ୟରତ ସାମ୍ବାଦିକଙ୍କ ସ୍ୱାସ୍ଥ୍ୟ ବୀମା ଆବେଦନ ପାଇଁ ଲୋକାର୍ପିତ ହୋଇଛି ନୂଆ ପୋର୍ଟାଲ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପୋର୍ଟାଲର ଭର୍ଚୁଆଲରେ ଉଦଘାଟନ କରିଛନ୍ତି।

ଭୁବନେଶ୍ୱର:(କାଞ୍ଚନଟିଭି ବ୍ୟୁରୋ)ସାମ୍ବାଦିକ କଲ୍ୟାଣ ଯୋଜନା ୱେବ ପୋର୍ଟାଲର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଲୋକାର୍ପଣ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍‌ବୋଧନ ଦେଇଛନ୍ତି । ସ୍ୱାସ୍ଥ୍ୟବୀମା ପୋର୍ଟାଲ ଉନ୍ମୋଚନ କରି ମୁଁ ବହୁତ ଖୁସି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଅନଲାଇନ୍‌ ମାଧ୍ୟମରେ ଆବେଦନ କରିପାରିବେ ସାମ୍ବାଦିକ।ଏହି ସାମ୍ୱାଦିକ ସ୍ଵାସ୍ଥ୍ୟ ବୀମା ଯୋଜନା ଅଧୀନରେ କାର୍ଯ୍ୟରତ ସାମ୍ବାଦିକ ମାନଙ୍କ ମୃତ୍ୟୁ ହେଲେ ୪ ଲକ୍ଷ ଟଙ୍କାର ବୀମା ରାଶି ପ୍ରଦାନ କରାଯିବ। ସେହି ପରି ଜଣେ ସାମ୍ବାଦିକ କୌଣସି କାରଣରୁ ସ୍ଥାୟୀ ଅକ୍ଷମ ହେଲେ ଦୁଇ ଲକ୍ଷ ଟଙ୍କାର ଅନୁକମ୍ପା ମୂଳକ ସହାୟତାର ବ୍ୟବସ୍ଥା ହୋଇଛି। ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ସାମ୍ବାଦିକ ଆବେଦନ କରିପାରିବେ। ରାଜ୍ୟ ବାହାରେ ଥିବା ଓଡ଼ିଆ ସାମ୍ବାଦିକ ମଧ୍ୟ ଆବେଦନ କରିପାରିବେ। ସାମ୍ବାଦିକତା ସେବା ନୁହେଁ ଏକ ମିଶନ। ସଚେତନ ସମାଜ ଗଠନ ପାଇଁ ସାମ୍ବାଦିକମାନେ କାର୍ଯ୍ୟ ଜାରି ରଖନ୍ତୁ। ସରକାର ସମସ୍ତ ସହଯୋଗ ଯୋଗାଇଦେବେ।

Spread the love
CATEGORIES
TAGS
Share This

COMMENTS

Wordpress (0)
Disqus ( )
error: Content is protected !!