ରେଳ ଦୁର୍ଘଟଣାରେ ମୃତକଙ୍କ ପାଇଁ ଜଟଣୀରେ ମହମବତୀ ଶୋଭାଯାତ୍ରା
ଜଟଣୀ:(କାଞ୍ଚନଟିଭି/ଆଶୁତୋଷ ରାୟ) ବାଲେଶ୍ୱରର ବାହାନଗା ଠାରେ ମର୍ମନ୍ତୁଦ ରେଳ ଦୁର୍ଘଟଣାରେ ପ୍ରାଣ ହରାଇଥିବା ମୃତକଙ୍କ ସଦଗତି ନିମନ୍ତେ ଜଟଣୀ ବିକାଶ ପରିଷଦର ସଭାପତି ବିଜୁ ଛୋଟରାୟ , ସମ୍ପାଦକ ସୁଦର୍ଶନ ସୁନ୍ଦରାୟଙ୍କ ନେତୃତ୍ୱରେ ବିକାଶ ପରିଷଦର କର୍ମକର୍ତ୍ତା , ଜଟଣୀ ବିକାଶ ପରିଷଦର ଉପ ସଭାପତି ସୁରେନ୍ଦ୍ର କୁମାର ସାହୁ, ଅଧ୍ୟାପକ ବିଜୟ ପଣ୍ଡା,ବରିଷ୍ଠ ଆଇନ ଜିବି ତଥା ସାମ୍ୱାଦିକ ଆଶୁତୋଷ ରାୟ, ବରିଷ୍ଠ ଆଇନ ଜୀବି ମାନସ ସୁବୁଦ୍ଧି ,ବରିଷ୍ଠ ଆଇନ ଜୀବି ଆଶିଷ କୁମାର ମହାପାତ୍ର ,
ସହ ସମ୍ପାଦକ ଶୁଶାନ୍ତ ରାଉତ ଏବଂ ପରିଷଦର ଶତାଧିକ ସଭ୍ୟ ଓ କର୍ମକର୍ତ୍ତା , ବହୁ କାଉନସିଲର , ନାରୀନେତ୍ରୀ ଉକ୍ତ ଶୋଭାଯାତ୍ରାରେ ଅଂଶ ଗ୍ରହଣ କରି ‘ମୋ ଜଟଣୀ ‘ ଠାରୁ ଜଟଣୀ ସହର ମୂଖ୍ୟ ରାସ୍ତାରେ ଖୋର୍ଦ୍ଧାରୋଡ଼ ରେଳ ଷ୍ଟେସନ ପକ୍ଷରୁ ମହମବତୀ ଶୋଭାଯାତ୍ରା କରାଯାଇଛି।
ଶତାଧିକ ସଦସ୍ୟ, ଯୁବକ ସମବେତ ହୋଇ ହାତରେ ପ୍ରଜ୍ୱଳିତ ମହମବତୀ ହାତରେ ଧରି ଆତ୍ମାର ସଦଗତି ନିମନ୍ତେ ଶୋଭାଯାତ୍ରା କରିବା ସହିତ ସେମାନଙ୍କ ପାଇଁ ନୀରବ ପ୍ରାର୍ଥନା କରିଥିଲେ। ଏହି ରେଳ ଦୁର୍ଘଟଣାରେ ସଂପୃକ୍ତ ଥିବା କର୍ମଚାରୀଙ୍କ ବିରୋଧରେ କଠୋର ରୁ କଠୋର ଦଣ୍ଡ ଦେବା ନିମନ୍ତେ ଦାବି କରିଥିଲେ।