ଲକ୍ଷେ ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଲେ ହରଭଙ୍ଗା ଥାନା ଅଧୂକାରୀ

ଲକ୍ଷେ ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଲେ ହରଭଙ୍ଗା ଥାନା ଅଧୂକାରୀ

ବୌଦ୍ଧ:(କାଞ୍ଚନ ଟିଭି) ବୌଦ୍ଧ ଜିଲା ହରଭଙ୍ଗା ଥାନା ଅଧିକାରୀ ପୁଷ୍ପଲତା ରାଉତରାୟ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି। ଶୁକ୍ରବାର ଜନୈକ ବାଲିଘାଟ ମାଲିକଙ୍କଠାରୁ ୧ ଲକ୍ଷ ଟଙ୍କା ଲାଞ୍ଚ ନେଉଥ‌ିବା ସମୟରେ ସେ ବ୍ରହ୍ମପୁର ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ସୂଚନା ଅନୁସାରେ, ହରଭଙ୍ଗା ତହସିଲର ସୁରୁଣ୍ଡି ମହାନଦୀ ବାଲିଘାଟ ମାଲିକ ଶରତ ବେହେରାଙ୍କୁ ତାଙ୍କର ବ୍ୟବସାୟ ଚଳାଇବା ଓ ଏ ବାବଦରେ ହଇରାଣ ହରକତ ନ କରିବା ପାଇଁ ଥାନା ଅଧିକାରୀ ପାଇଁ ୧ ଲକ୍ଷ ଟଙ୍କା ଲାଞ୍ଚ ଦାବି କରିଥିଲେ। ଏ ନେଇ ବାଲିଘାଟ ମାଲିକ ଶରତ ଭିଜିଲାନ୍ସର ଦ୍ବାରସ୍ଥ ହୋଇଥିଲେ। ପୂର୍ବ ପ୍ରସ୍ତୁତି ଅନୁସାରେ ଆଜି ଥାନା ଅଧିକାରୀ ଶରତଙ୍କଠାରୁ ଟଙ୍କା ନେବା ସମୟରେ ବ୍ରହ୍ମପୁରର ସ୍ବତନ୍ତ୍ର ଭିଜିଲାନ୍ସ ଟିମ୍ ତାଙ୍କୁ ଧରିଥିଲା। ଏ ନେଇ ବ୍ରହ୍ମପୁର ଭିଜିଲାନ୍ସ ଥାନାରେ ୧୧/୨୩ରେ ଏକ ମାମଲା ରୁଜୁ କରାଯାଇ ଅଧୂକ ତଦନ୍ତ କରାଯାଉଛି।

Spread the love
CATEGORIES
TAGS
Share This

COMMENTS

Wordpress (0)
Disqus ( )
error: Content is protected !!