ଲଗାତାର ୪ ଦିନ ହେଲାଣି ଜଳୁଛି ଫ୍ରାନ୍ସ । ରାଜଧାନୀ ପ୍ୟାରିସ ସହିତ ଅନେକ ସହରରେ ନିଆଁ ଜଳୁଛି

ଲଗାତାର ୪ ଦିନ ହେଲାଣି ଜଳୁଛି ଫ୍ରାନ୍ସ । ରାଜଧାନୀ ପ୍ୟାରିସ ସହିତ ଅନେକ ସହରରେ ନିଆଁ ଜଳୁଛି

ପ୍ୟାରିସ୍:(କାଞ୍ଚନଟିଭି ବ୍ୟୁରୋ)ଫ୍ରାନ୍ସରେ ସ୍ଥିତି ସାଂଘାତିକ ହେବାରେ ଲାଗିଛି । ପୋଲିସ ଗୁଳିରେ ପ୍ୟାରିସରେ ଜଣେ ୧୭ ବର୍ଷୀୟ ନାବାଳକର ମୃତ୍ୟୁକୁ ବିରୋଧ କରି ଦେଶବ୍ୟାପୀ ହିଂସାକାଣ୍ଡ ଜାରି ରହିଛି । ଚାରିଆଡେ ପୋଡାଜଳା, ଭଙ୍ଗାରୁଜା କରୁଛନ୍ତି ବିକ୍ଷୋଭକାରୀ । ମଙ୍ଗଳବାର ଠାରୁ ଆରମ୍ଭ ହୋଇଥିବା ହିଂସା ଥମିବାର ନାଁ ନେଉନି । ପ୍ରମୁଖ ସହର ଗୁଡିକରେ ପୋଡାଜଳା ଓ ଦଙ୍ଗା ହୋଇଛି । ବିକ୍ଷୋଭକାରୀଙ୍କୁ ନିୟନ୍ତ୍ରଣ କରିବାକୁ ଦେଶରେ ୪୦ ହଜାରରୁ ଅଧିକ ପୋଲିସ ମୁତୟନ କରାଯାଇଛି । ଶୁକ୍ରବାର ରାତିରେ କେବଳ ୮୦୦ରୁ ଅଧିକ ଲୋକଙ୍କୁ ଗିରଫ କରାଯାଇଛି । ବର୍ତ୍ତମାନ ଗିରଫଦାରୀ ଜାରି ରହିଥିବାରୁ ଆଗକୁ ବଢିପାରେ ସଂଖ୍ୟା

ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନ ଇତିମଧ୍ୟରେ ଅଭିଭାବକମାନଙ୍କୁ ଅନୁରୋଧ କରି କହିଛନ୍ତି ଯେ ସେମାନଙ୍କ ପିଲାଙ୍କୁ ସେମାନେ ଦଙ୍ଗାରୁ ଦୂରେଇ ରଖନ୍ତୁ। ପ୍ୟାରିସରେ ବ୍ୟାପକ ପୁଲିସ ମୁତୟନ ସତ୍ତ୍ବେ ଦୋକାନ ବଜାର ଭଙ୍ଗାରୁଜା ହୋଇଛି ଏବଂ ଲୋକ ଗାଡ଼ି ଜାଳି ଦେଇଛନ୍ତି। ଦୋକାନ ବଜାରରୁ ଲୁଟ୍ ହେଉଛି ଏବଂ ହଜାର ହଜାର ଗାଡ଼ି ଜାଳିଦିଆଯାଇଛି। ବିଭିନ୍ନ ସହରରେ କର୍ଫ୍ୟୁ ଜାରି ହୋଇଛି। ସୁରକ୍ଷା କଡ଼ାକଡ଼ି ହେବ ଏବଂ ଆହୁରି ଅଧିକ ପୁଲିସ ଫୋର୍ସ ମୁତୟନ ହେବ ବୋଲି ମାକ୍ରନ କହିଛନ୍ତି।
ସୂଚନା ଅନୁସାରେ , ଗତ ମଙ୍ଗଳବାର ଦିନ ଫ୍ୟାରିସର ଉପନଗର ନାଣ୍ଟେରର ରାସ୍ତାରେ ଟ୍ରାଫିକ ନିୟମ ଉଲ୍ଲଘଂନ ନେଇ ପୋଲିସ ଗୋଟିଏ ହଳଦିଆର ରଙ୍ଗର କାରକୁ ଅଟକାଇ ଥିଲା । କାର୍ ଚାଳକ ୧୭ ବର୍ଷୀୟ କିଶୋରଙ୍କ ସହ ପୋଲିସର ଯୁକ୍ତିତର୍କ ହୋଇଥିଲା । ଏହାକୁ ନେଇ ପୋଲିସ ସେହି ନାବାଳକ ଉପକେ ଗୁଳି ଚଳାଇଥିଲା । ମୃତକଙ୍କ ନାମ ନାହେଲ । ପୋଲିସ ଗୁଳିରେ ତାଙ୍କର ମୃତ୍ୟୁକୁ ବିରୋଧ କରି ଚାରିଆଡେ ଦଙ୍ଗା ସୃଷ୍ଟି ହୋଇଥିଲା । ହଜାର ହଜାର ଲୋକେ ପୋଲିସ ପ୍ରଶାସନ ବିରୋଧରେ ଜୋରଦାର ରାଜରାସ୍ତାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ୪ ଦିନ ପରେ ମଧ୍ୟ ଦେଶରେ ହିଂସା ନିୟନ୍ତ୍ରଣ ହୋଇପାରୁନି । ତେବେ ଗୁଳି ଚଳାଇଥିବା ପୋଲିସ ଅଧିକାରୀଙ୍କୁ ଜେଲ୍ ପଠାଯାଇଥିବା ଜଣାପଡିଛି ।

Spread the love
CATEGORIES
TAGS
Share This

COMMENTS

Wordpress (0)
Disqus ( )
error: Content is protected !!