ଶତକ ହାସଲ କଲେ ବିରାଟ
ଅହମଦାବାଦ:ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍ରେ ଚାଲିଥିବା ‘ବର୍ଡର୍-ଗାଭାସ୍କର୍ ଟ୍ରଫି’ର ୪ର୍ଥ ଟେଷ୍ଟ୍ମ୍ୟାଚ୍ର ଆଜି ୪ର୍ଥ ଦିନରେ ଭାରତର ପ୍ରଖ୍ୟାତ ବ୍ୟାଟସ୍ମ୍ୟାନ୍ ବିରାଟ କୋହଲି ୨୮ତମ ଟେଷ୍ଟ୍ ଶତକ ହାସଲ କରିଛନ୍ତି।
ଦୀର୍ଘ ୩ ବର୍ଷ ହେବ ଶତକ ହାସଲ କରିପାରି ନ ଥିବା କୋହଲି ଆଜି ଶତକ ହାସଲ କରିବା ପରେ ଷ୍ଟାଡିୟମ୍ରେ ଖେଳ ଦେଖୁଥିବା ଦର୍ଶକମାନେ ହର୍ଷୋତ୍ଫୁଲ୍ଲିତ ହୋଇ ଉଠିଥିଲେ।
ଆଜି ୫୯ ରନ୍ରେ ଇନିଙ୍ଗ୍ସ୍ ପୁନରାରମ୍ଭ କରି କୋହଲି ଧୀରେ ସୁସ୍ଥେ ଖେଳି ବାକି ୪୧ ରନ୍ ସଂଗ୍ରହ କରିବା ପରେ ଏହି ଶତକ ହାସଲ କରିଛନ୍ତି। ଆଜି ସେ ହାସଲ କରିଥିବା ଶତକ ନିମନ୍ତେ ସମୁଦାୟ ୨୪୧ଟି ବଲ୍ ଖେଳିଥିବା ବେଳେ ମାତ୍ର ୫ଟି ଚୌକା ମାରିଛନ୍ତି।
ସୂଚନାଅନୁସାରେ, ୨୦୧୯ ନଭେମ୍ବର ମାସ ୨୨ରେ କୋଲ୍କାତାର ଇଡେନ୍ ଗାର୍ଡେନ୍ସ୍ରେ ବାଂଲାଦେଶ ବିପକ୍ଷରେ ‘ପିଙ୍କ୍ ବଲ୍ ଟେଷ୍ଟ୍’ ମ୍ୟାଚ୍ରେ କୋହଲି ଶେଷ ଥର ପାଇଁ ଶତକ ହାସଲ କରିଥିଲେ।
ଏହାଛଡ଼ା, ସ୍ବଦେଶରେ ଖେଳାଯାଉଥିବା ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍ରେ ଦୀର୍ଘ ୧୦ ବର୍ଷ ପରେ କୋହଲି ଏହି ଶତକ ହାସଲ କରିଛନ୍ତି। ସଦ୍ୟତମ ସୂଚନା ଅନୁସାରେ, ଆଜିର ମ୍ୟାଚ୍ରେ ଭାରତ ଏ ପର୍ଯ୍ୟନ୍ତ ୫ ୱିକେଟ୍ ବିନିମୟରେ ୪୧୯ ରନ୍ କରି ଖେଳୁଛି।