ସମାଜ ସେବାକୁ ନିଶା ରୂପେ ଆଦରି ନେଇଛନ୍ତି ମାଧବାନନ୍ଦ

ସମାଜ ସେବାକୁ ନିଶା ରୂପେ ଆଦରି ନେଇଛନ୍ତି ମାଧବାନନ୍ଦ

ଯାଜପୁର:(କାଞ୍ଚନ ଟିଭି) ଆଜିର ବେସ୍ତ ବହୁଳ ଜୀବନ ଭିତରେ ମଣିଷ କେବଳ ନିଜ ସ୍ବାର୍ଥ ପଛରେ ଦୌଉଡୁଥିବା ଦେଖିବାକୁ ମିଳୁଛି ।ନିଜ ବ୍ୟବସାୟ ନିଜ କାର୍ଯ୍ୟଳୟ ପାରିବାରିକ ସମସ୍ୟା ଭିତରେ ବୁଡ଼ିରହି ସମାଜ ଓ ସାମାଜିକ କର୍ତ୍ତବ୍ୟକୁ ଭୁଲିଯାଉଛି କିନ୍ତୁ ଆଜିବି ଏମିତି କିଛି ବରିଷ୍ଠ ନାଗରିକ ଅଛନ୍ତି ଯିଏ ନିଜ ସ୍ବାର୍ଥକୁ ପଛରେ ପକାଇ ଗରିବ ଅସହ୍ୟାୟଙ୍କ ସେବାକୁ ନିଜ ନିଶା ଭାବରେ ଆଦରି ନେଇଛନ୍ତି। ସେ ଭଳି ଜଣେ ବରିଷ୍ଠ ନାଗରିକ ହେଉଛନ୍ତି ଯାଜପୁର ଜିଲ୍ଲା ବାଣପୁର ଅଞ୍ଚଳ ମାଧବାନନ୍ଦ ସାହୁ (୬୫) ମାଧବାନନ୍ଦ ଗରିବ ଅସହାୟଙ୍କ ଆଶାବାଡି କହିଲେ ଅତ୍ୟୁକ୍ତି ହେବନାହିଁ । କେଉଁଠି ଗରିବ ଆସହାୟ ବୃଦ୍ଧ ବୃଦ୍ଧାଙ୍କ ଭତା ଅବାସ ଯୋଜନା କରେଇବା ପାଇଁ ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥାନ୍ତି ତ କେଉଁଠି ଗରିବ ଅନାଥ ଶିଶୁଙ୍କୁ ସରକାରୀ ସହାୟତା ଯୋଗେଇ ଦେବା ପାଇଁ ଦାବି କରନ୍ତି । ବିଧବା ଭତା କରାଇବାଠାରୁ ଆରମ୍ଭକରି ରୋଗୀଙ୍କ ସହାୟତା ପାଇଁ ସଦାସର୍ବଦା ତପୂରିତା ତାଙ୍କୁ ଏକ ସ୍ଵତନ୍ତ ପରିଚୟ ପ୍ରଦାନ କରିଛି । ଲୋକଙ୍କ ସେବା ତାଙ୍କୁ ଆନନ୍ଦ ଦେଇଥାଏ ବୋଲି ମାଧବାନନ୍ଦ କୁହନ୍ତି । ଆଦି ସାମାଜିକ ଗଣମାଧ୍ୟମରେ ଅସହାୟ ସମସ୍ୟାକୁ ସେୟାର କରି ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥାନ୍ତି ।କେତେବେଳ ଗଣମାଧ୍ୟମ ଜରିଆରେ ଖବର ପ୍ରସାରିତ କରି ଗରିବ ଅସାହାୟ ସମସ୍ୟାର ସମାଧାନ କରିଥିବା ପୂର୍ବରୁ ନଜର ଅଛି । ତାଙ୍କର ଏ ସେବା କରିବା ନିଶା କେବଳ ଯାଜପୁର ଓ ବାଣପୁର ସୀମିତ ନୁହଁ ରାଜ୍ୟର ବିଭନ୍ନ ସ୍ଥାନର ସମସ୍ୟାକୁ ସମାଧାନ କରିବାକୁ ସଦାସର୍ବଦା ଚେଷ୍ଟିତ । ରାସ୍ତାଘାଟ ଠାରୁ ଆରମ୍ଭ କରି ଗ୍ରାମ ଠୁ ସହର ବିଭିନ୍ନ ସମସ୍ୟାକୁ ସେ ଉଭୟ ଗଣମାଧ୍ୟମ ଏବଂ ସମାଜିକ ଗଣମାଧ୍ୟମ ଜରିଆରେ ବିଭାଗୀୟ ଅଧିକାରିଙ୍କ ଦୃଷ୍ଟି ଆକର୍ଷଣ କରି ସମାଧାନ ପାଇଁ ଚେଷ୍ଟା କରନ୍ତି । ମାଧବାନନ୍ଦ ଏ ଭଳି ସମାଜସେବା ଆଗ୍ରହ ପାଇଁ ସେ ତାଙ୍କ ବାପା ମା ଓ ପରିବାରକୁ ଶ୍ରେୟ ଦେଇଛନ୍ତି । ଏ ଭଳି ସେବା ମନ ଭାବ ପାଇଁ ଯାଜପୁର ବାସୀ ତାଙ୍କୁ ସାଧୁବାଦ ଜଣେଇଛନ୍ତି।

Spread the love
CATEGORIES
TAGS
Share This

COMMENTS

Wordpress (0)
Disqus ( )
error: Content is protected !!