୯୦ ତମ ଶ୍ରାଦ୍ଧ ଦିବସ ଅବସରରେ ମଧୁ ବାବୁଙ୍କ ଏକ ପ୍ରତିମୂର୍ତ୍ତି ସ୍ଥାପନ କରିବା ପାଇଁ ରାଜ୍ୟ ସଂସ୍କୃତି ବିଭାଗ ନିକଟରେ ଦାବୀ କରାଯାଇଛି।
ଜଟଣୀ:(କାଞ୍ଚନଟିଭି/ଆଶୁତୋଷ ରାୟ) ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୯୦ ତମ ଶ୍ରାଦ୍ଧ ଦିବସ ସ୍ଥାନୀୟ ବରିଷ୍ଠ ନାଗରିକ ସେବା ସଙ୍ଘ କାର୍ଯ୍ୟାଳୟରେ ଆଜି ସନ୍ଧ୍ୟାରେ ପାଳିତ ହୋଇଯାଇଛି। ଜଟଣୀ ବରିଷ୍ଠ ନାଗରିକ ସେବା ସଙ୍ଘ ଓ ପ୍ରାଣନାଥ ପଟ୍ଟନାୟକ ଫାଉଣ୍ଡେସନର ମିଳିତ ଆନୁକୂଲ୍ୟରେ ଆୟୋଜିତ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଶ୍ରାଦ୍ଧ ସଭାର ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ଦିଗରେ ମଧୁବାବୁଙ୍କ ଅବଦାନ ସମ୍ପର୍କରେ ଆଲୋଚନା କରାଯାଇଥିଲା। ଜଟଣୀରେ ମୁନିସପାଲଟି କାର୍ଯ୍ୟାଳୟ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ମଧୁବାବୁଙ୍କ ଏକ ପ୍ରତିମୂର୍ତ୍ତି ସ୍ଥାପନ କରିବା ପାଇଁ ରାଜ୍ୟ ସଂସ୍କୃତି ବିଭାଗ ନିକଟରେ ଏହି ଶ୍ରାଦ୍ଧ ଦିବସ ପାଳନ ଅବସରରେ ଦାବୀ କରାଯାଇଛି। ଓଡ଼ିଆ ଭାଷା ସମ୍ମାନ ଦେଇ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱର ପ୍ରଥମ ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ ୨୦୨୪ ଅୟୋଜନ କରି ସାରା ବିଶ୍ବରେ ଓଡ଼ିଆ ଭାଷାରେ ମାନ ବଢାଇଥିବାରୁ ଏହି ଶ୍ରାଦ୍ଧ ଦିବସ ପାଳନ ସମୟରେ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କାନ୍ତିକାରି ଅଭିନନ୍ଦନ ଜ୍ଞାପନ କରାଯାଇଛି। ବରିଷ୍ଠ ନାଗରିକ ସେବା ସଙ୍ଘ ଓ ପ୍ରାଣନାଥ ଫାଉଣ୍ଡେସନର ସଭପତି ବରିଷ୍ଠ ସାମ୍ବାଦିକ ଅବନୀ ରାଉତରାୟ ଏହି କାର୍ଯ୍ୟ କ୍ରମରେ ପୌରହିତ୍ୟ କରିଥିଲେ ସଧାରଣ ସଂପାଦକ ଜବାହାର ଲାଲ ସୁବୁଦ୍ଧି ପ୍ରାରମ୍ଭିକ ସୁଚନା ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ଶିକ୍ଷକ ନେତା ତ୍ରିନାଥ ସାମନ୍ତରାୟ , ଭକ୍ତ ବନ୍ଧୁ ଚୌଧୁରୀ, ସେକ୍ ସରିଫ, ବାସୁଦେବ ସେଠୀ, ଆଇନ ଜିବୀ ତଥା ସାମ୍ବାଦିକ ଆଶୁତୋଷ ରାୟ, ପୁର୍ବତନ ସରପଞ୍ଚ ଦିବାକର ମଙ୍ଗରାଜ, ଛାତ୍ରୀ ଅଙ୍କିତା ରାଉତରାୟ, ପ୍ରଦୀପ ନାୟକ, ଆଦି ନାରାୟଣ ଖଣ୍ଡୁଆଳ ପ୍ରମୁଖ ଆଲୋଚନାରେ ଭାଗ ମଧୁ ବାବୁଙ୍କ ଜୟନ୍ତୀ ଓ ଶ୍ରାଦ୍ଧ ଦିବସ ପ୍ରତି ବର୍ଷ ପାଳନ କରାଯାଇ ଛାତ୍ର ଛାତ୍ରୀ ଓ ଯୁବ ସମାଜ ମଧ୍ୟରେ ସ୍ୱାଭିମାନକୁ ବଜାୟ ରଖିବାକୁ ପ୍ରୟାସ ଜାରି ରହିବ ବୋଲି କରିଥିଲେ । ଶେଷରେ ବିଜୟ କେତନ ଜେନା ଧନ୍ୟବାଦ ଦେଇଥିଲେ ।