
ଓସିଏସ୍ ୧୯ ରାଙ୍କରେ ଫେରିବାଲାଙ୍କ ପୁଅ
କୋରାପୁଟ:(କାଞ୍ଚନ ଟିଭି/ ହେମନ୍ତ ଦିଗାଲ) କୋରାପୁଟ ଜିଲା କୋଟପାଡ଼ ସହରର କେନ୍ଦୁଗୁଡ଼ା ନିବାସୀ ନବୀନକୁମାର ଗୁପ୍ତା ଓଡ଼ିଶା ପ୍ରାଶାସନିକ ସେବା (ଓସିଏସ୍) ପରୀକ୍ଷାରେ ୧୯ ରାଙ୍କରେ କୃତକାର୍ଯ୍ୟ ହୋଇଛନ୍ତି। ଦୀର୍ଘବର୍ଷ ହେବ ତାଙ୍କ ବାପା ବୀରେନ୍ଦ୍ରକୁମାର ଗୁପ୍ତା କୋଟପାଡ଼ରେ ରହି ଫେରିବାଲା ଭାବେ ଗାଁଗାଁ ବୁଲି ଶାଢ଼ି ବିକ୍ରି କରୁଛନ୍ତି। ବୀରେନ୍ଦ୍ର ଓ ତାଙ୍କ ପତ୍ନୀ ମୁନି ଦେବୀ ଆର୍ଥିକ ସମସ୍ୟା ଭିତରେ ରହି ମଧ୍ୟ ପୁଅକୁ ଓଏଏସ୍ କରିବାର ସ୍ବପ୍ନ ଦେଖିଥିଲେ। ନବୀନ ମଧ୍ୟ ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପାଇଁ ଦୀର୍ଘ ୭ବର୍ଷ ଧରି ପରିଶ୍ରମ କରି ଶେଷରେ ସଫଳ ହୋଇଛନ୍ତି। ତାଙ୍କର ଏହି ସଫଳତାରେ କୋଟପାଡ଼ ସହରରେ ଖୁସିର ଲହରୀ ଖେଳିଯାଇଛି। ନବୀନଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି।
CATEGORIES ଜିଲ୍ଲା

