ଖୋଲା ଆକାଶ ତଳେ ବିତୁଛି ସଫେଇ କର୍ମଚାରୀଙ୍କ ରାତି

ଖୋଲା ଆକାଶ ତଳେ ବିତୁଛି ସଫେଇ କର୍ମଚାରୀଙ୍କ ରାତି

କେନ୍ଦ୍ରାପଡ଼ା:(କାଞ୍ଚନ ଟିଭି/ ଇପ୍ସିତା ନାୟକ) ରାଜ୍ୟର ସର୍ବ ପୁରାତନ ପୌରସଂସ୍ଥା ଭାବେ ପରିଚିତ କେନ୍ଦ୍ରାପଡା ପୈଇସଂସ୍ଥା ରେ ପିଢି ଧରି ସଫେଇ କର୍ମଚାରୀ ଭାବେ କାର୍ଯ୍ୟ କରୁଥିବା ଏହି ସଫେଇ କର୍ମଚାରୀଙ୍କ ପାଇଁ ପୌରସଂସ୍ଥା କୈାଣସି ଉନ୍ନୟନ ମୂଳକ କାର୍ଯ୍ୟ କରିନାହିଁ । କୋର୍ଟ ପଛପଟେ ରହୁଥିବା କଲୋନୀରେ ୧୦୦ରୁ ଉର୍ଦ୍ଧ୍ବ ପରିବାର ଅତି ଦୟନୀୟ ଅବସ୍ଥାରେ ରହୁଛନ୍ତି । ଏହି କଲୋନୀ ଭିତରେ ନଲୋନୀ ବାସିନ୍ଦା ମାନଙ୍କ ପାଇଁ ନା ଶୈଚାଳୟ ଅଛି ନା ପାନୀୟ ଜଳର ସୁବିଧା ରହିଛି । ଏପରିକି କେତେକ କର୍ମଚାରୀଙ୍କ ବିଦ୍ୟୁତ୍ ସଂଯୋଗ ନଥିବାରୁ ଏମାନଙ୍କର ପିଲାଛୁଆ ଦୟନୀୟ ଅବସ୍ଥାରେ ରହି ପାଠ ପଢୁଛନ୍ତି । କଲୋନୀ ଭିତରେ ଦୀର୍ଘ ବର୍ଷ ଚଳେ ପୌରସଂସ୍ଥା ପୁରା ନିର୍ମାଣ ହୋଇଥୁଳା ଆଜବେଷ୍ଟ ଘର ସଂପୂର୍ଣ ଲାଙ୍ଗିରୁଜି ଯାଇଛି । ଏମାନଙ୍କର ଜନସ୍ୟା ବଢିବାକୁ ଅଧୁକାଂଶ ସଫେଇ କର୍ମଚାରୀଙ୍କର ରହିବା ପାଇଁ ଜାଗା ଅଭାବ ହେବାରୁ ଗାଡିରେ ଏମାନେ ରାସ୍ତା କଡରେ ଏବଂ ସିନେମା ହଲ ପଡିଆରେ ଖୋଲା ଆକାଶ ତଳେ ଗାତି କାଟୁଛନ୍ତି । ପ୍ରବଳ ଖରାରେ ଏବଂ ବର୍ଷା ଓ ଶୀତରେ ଏମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବର୍ଷା ଘଡଘଡି ମାରିଲେ ଏମାନେ ଉଠି ବାଉଣ୍ଡାରେ ବସି ରାତି କାଟୁଛନ୍ତି । ଏମାନଙ୍କ ପାଇଁ ଅନେକ ଯୋଜନା ପ୍ରସ୍ତୁତ ହୋଇଥିଲେ ମଧ୍ୟ ଦୀର୍ଘ ବର୍ଷ ବିତି ଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ଗୋଟିଏ ଯୋଜନା କାର୍ଯ୍ୟକାରୀ ହୋଇନାହିଁ । ଯାହା ଫଳରେ ଏହି ସଫେଇ କର୍ମଚାରୀଙ୍କ ପରିବାର ଦୟନୀୟ ଅବସ୍ଥାରେ ଜୀବନ କାଟୁଛନ୍ତି ।

Spread the love
CATEGORIES
TAGS
Share This

COMMENTS

Wordpress (0)
Disqus (0 )
error: Content is protected !!